ସମସ୍ୟାର ସମାଧାନ ନହେଲେ ନବୀନ ନିବାସ ଘେରାଉ ପାଇଁ ସଜବାଜ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡ଼ର) ମହାସଂଘର ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ôଚଛି । ୮ ଦଫା ଦାବି ନେଇ ୨୦ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଲୋୟର ପିଏମ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୁଇଦିନରେ ଦୁଇ ଦୁଇଥର ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା ହେଲା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ସାରା ରାତି ରାଜରାସ୍ତାରେ ଉଜାଗର ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ସତ୍ତ୍ୱେ ମହାସଂଘର ଦାବି ପ୍ରତି ସରକାର ଯଦି କର୍ଣ୍ଣପାତ ନ କରନ୍ତି, ତେବେ ଆସନ୍ତା ଡିସେମ୍ବର ୩୦ ତାରିଖରେ ମହାସମାବେଶ କରିବା ସହିତ ହଜାର ହଜାର ଶିକ୍ଷକ ନବୀନ ନିବାସ ଘେରାଉ କରିବା ପାଇଁ ମହାସଂଘ ତରଫରୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।ସରକାର ପ୍ରାଥମିକ ଶିକ୍ଷକମାନଙ୍କୁ ସବୁ ସୁବିଧା ସୁଯୋଗ ଦେଉଥିବା ବେଳେ ଏକ୍ସ-କ୍ୟାଡ଼ର ଶିକ୍ଷକମାନେ ଏଥିରୁ ବଞ୍ôଚତ ରହୁଥିବାରୁ ଶିକ୍ଷକମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏପରିକି ୩ ହଜାର ଗଣଶିକ୍ଷକ ଆଜି ପର୍ଯ୍ୟନ୍ତ ନିୟମିତ ହୋଇପାରି ନାହାଁନ୍ତି । ଫଳରେ ସେମାନେ ବହୁ ଦୁଃଖ ଓ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି । ଆସନ୍ତା କାଲି ସୁଦ୍ଧା ଶିକ୍ଷକମାନଙ୍କ ସମସ୍ୟାର ସମାଧାନ କଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ମହାସଂଘର ସଭାପତି ଶରତ ଚନ୍ଦ୍ର ନାୟକ, ସମ୍ପାଦକ ପ୍ରଶାନ୍ତ ଖମାରୀ ଓ ଗଣମାଧ୍ୟମ ସଂଯୋଜକ ରଞ୍ଜୁ ଅମାତ ପ୍ରକାଶ କରିଛନ୍ତି ।


