କଂଗ୍ରେସ ଜିଲା ସଭାପତିଙ୍କୁ ନେଇ ବିରୋଧ ସ୍ୱର

ବାଲେଶ୍ୱର, (ସରୋଜ ପଣ୍ଡା):ସାଂଗଠନିକ କ୍ଷେତ୍ରରେ ବାଲେଶ୍ୱର ଜିଲା କଂଗ୍ରେସ କମିଟି ସଭାପତି ସଂଜୀବ ଗିରିଙ୍କ କାର୍ଯ୍ୟକଳାପକୁ ନେଇ ଉଠିଛି ବିରୋଧର ସ୍ୱର । ଏହି ପ୍ରସଙ୍ଗରେ ବାଲେଶ୍ୱର ଆରସିଏମସିର ପୂର୍ବତନ ସଭାପତି ମନୋରଂଜନ ମହାନ୍ତି ଓ ପୂର୍ବତନ ପିସିସି ସଭ୍ୟ ଆଇନଜୀବୀ ଅବଦୁଲ ରଫିକଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ଶ୍ରୀ ଗିରିଙ୍କ କାର୍ଯ୍ୟର ପ୍ରତିବାଦ ସହ ତାଙ୍କୁ ପଦରୁ ହଟାଇବା ପାଇଁ ଅସନ୍ତୁଷ୍ଟ କଂଗ୍ରେସ କର୍ମୀମାନେ ନିଷ୍ପତ୍ତି ନେଇଛନ୍ତି । ଜିଲା ସଭାପତିଙ୍କୁ ଗାଦିଚ୍ୟୁତ କରିବା ଉଦ୍ଦେଶ୍ୟରେ ୫୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପ୍ରେରଣ କରାଯାଇଛି । ଆଗାମୀ ଦିନରେ ଅସନ୍ତୁଷ୍ଟ କର୍ମୀଙ୍କ ଏକ ପ୍ରତିନିଧି ଦଳ ପିସିସି ସଭାପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ବୋଲି ଆଇନଜୀବୀ ଅବଦୁଲ ରଫିକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ