ଗାମୁଣ୍ଡି ଗ୍ରାମ ରୁ ଅହିରାଜ ସାପ ଉଦ୍ଧାର
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହର ଠାରୁ ମାତ୍ର ୨ କିଲୋମିଟର ଦୂର ରେ ଅବସ୍ଥିତ ଗାମୁଣ୍ଡି ଗ୍ରାମର ମୁଖ୍ୟ ଛକ ପାଖରେ ଏକ ଘରର ଟିଣ ତଳେ ଏକ ଅହିରାଜ ସାପ ଥିବାର ଜଣେ ଯୁବକ ଦେଖି ପାଖରେ ଥିବା ଅନ୍ୟ ଲୋକମାନଙ୍କୁ ଜଣାଇବା ସହିତ ବନବିଭାଗର ସ୍ନେକ ହେଲ୍ପ ଲାଇନ କୁ ମଧ୍ୟ ଖବର ଦେଇଥିଲେ l ଖବର ପାଇ ସ୍ନେକ ହେଲ୍ପ ଲାଇନ ଟିମ ତୁରନ୍ତ ଆସି ଆନୁମାନିକ ୮ ରୁ ୧୦ ଫୁଟ ର ଏକ ଅହିରାଜ ସାପ ଟିକୁ ଉଦ୍ଧାର କରିଥିଲେ l


