ଅଟଳ ବକ୍ତୃତା ପ୍ରତିଯୋଗିତା
ବାଲେଶ୍ୱର, (ସରୋଜ ପଣ୍ଡା):ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଟଳ ବକ୍ତୃତା କାର୍ଯ୍ୟକ୍ରମ ସ୍ଥାନୀୟ ରୟାଲ କୁଇନ୍ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜସ୍ୱୀ ସୂର୍ଯ୍ୟା, ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ଅଧ୍ୟକ୍ଷ ଇରାଶିସ ଅଚାର୍ଯ୍ୟଙ୍କ ନିବେଦନ କ୍ରମେ ଆଜି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅଟଳ ବକ୍ତୃତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇାଇଛି । ବିଭିନ୍ନ ସରକାରୀ ଓ ବେସରକାରୀ କଲେଜ୍ର ଛାତ୍ର ଛାତ୍ରୀଙ୍କୁ ନେଇ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜୋନାଲ ମିଡ଼ିଆ ସଂଯୋଜକ ସତ୍ୟଜିତ ମିଶ୍ର ଓ ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା ବିଚାରକ ଭାବେ ଯୋଗ ଦେଇଥିଲେ ।ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଯୁବକ ଯୁବତୀମାନେ ପ୍ରତିଯୋଗିତାର ବିଷୟବସ୍ତୁ ଉପରେ ସେମାନଙ୍କର ବକ୍ତୃତା ରଖିଥିଲେ । ଏଥିରେ ମନୋନୀତ ୫ଜଣ ପ୍ର୍ରତିଯୋଗୀ ରାଜ୍ୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ମୃତ୍ୟୁଞ୍ଜୟ ଜେନା, ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁସ୍ମିତା ପଣ୍ଡା, ଜିଲ୍ଲା ଯୁବ ମୋର୍ଚ୍ଚା ସଂପାଦକ ଦେବାଶିଷ ଆଚାର୍ଯ୍ୟ, ିଡ଼ିଆ ସହ ସଂଯୋଯକ ଅନୀଲ ମହାନ୍ତି କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ସହ ପୁରୁସ୍କାର ବଣ୍ଟନ କରିଥଲେ । ସୁସ୍ମିତା ପଣ୍ଡା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।