ବିକାଶ ଜ୍ୟୋତି ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବିକାଶଜ୍ୟୋତି ଫାଉଣ୍ଡେସନ ପକ୍ଷରୁ ଔପଦା ବ୍ଲକର ଗଡସାହି ପଂଚାୟତରେ ଜାନୁଆରି ୬ ଓ ୭ ତାରିଖରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ଯୋଗଦେଇ ଗ୍ରାମାଂଚଳରେ ବିକାଶ ଜ୍ୟୋତି ଫାଉଣ୍ଡେସନ୍ ପକ୍ଷରୁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାପାଇଁ ନିଆଯାଇଥିବା ପଦକ୍ଷେପକୁ ଭୁୟସି ପ୍ରଶଂସା କରିଥିଲେ । ଗ୍ରାମାଂଚଳର ଲୋକମାନେ ନିଜର ମଧୁମେହ, ରକ୍ତଚାପ ଏବଂ ଅନ୍ୟାନ୍ୟ ରୋଗର ପରୀକ୍ଷା କରାଇବାପାଇଁ ଶିବିରକୁ ଆସିବାକୁ ପରାମର୍ଶ ଦେଇଥିଲେ । ଏହାସହିତ ଲୋକମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିଲେ ନିଶ୍ଚିତଭାବେ ସେମାନେ କୌଣସି ଦୂରାରୋଗ୍ୟରୁ ତୁରନ୍ତ ଉପସମ ପାଇବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସମାଜସେବୀ ଓ ଫାଉଣ୍ଡେସନର ସଭାପତି, ସଂପାଦକ, କୋଷାଧ୍ୟକ୍ଷ, ସହ ସଂପାଦକ ପ୍ରମୁଖ ଯୋଗ ଦେଇଥିଲେ । ୪ଜଣ ଚିକିତ୍ସକ ପ୍ରାୟ ୮ଶହର ଉର୍ଦ୍ଧ୍ୱ ରୋଗୀଙ୍କ ଚକ୍ଷୁ, ରକ୍ତଚାପ, ମଧୁମେହ ଆଦି ପରୀକ୍ଷା କରି ଔଷଧ ବଂଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ