ବିଶ୍ୱକପ ହକିକୁ ସ୍ୱାଗତ କରି ହାଟଡିହି କଲେଜ ପକ୍ଷରୁ ସଚେତନତା ରାଲି

ହାଟଡିହି, (ବିକାଶ ବିଶ୍ୱାଳ):ଓଡିଶାରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ ହକିକୁ ସ୍ୱାଗତ କରିବା ସହିତ ଏଥିଲାଗି ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ହାଟଡିହି କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ପକ୍ଷରୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲି ହାଟଡିହି କଲେଜରୁ ବାହାରି ହାଟଡିହି, ଜଳକଳଙ୍ଗ ଦେଇ ଅଣାଛକ ପର୍ଯ୍ୟନ୍ତ ଯାଇଥିଲା । ଶତାଧିକ ଛାତ୍ରଛାତ୍ରୀ ବିଶ୍ୱକପ ହକିକୁ ସ୍ୱାଗତ ଜଣାଇ ଶ୍ଳୋଗାନ ମାନ ଦେଇ ବିଭିନ୍ନ ଗାଁ ତଥା ବଜାର ପରିକ୍ରମା କରିଥିଲେ । ଏଥିରେ ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ, ସନାତନ ଖୁଣ୍ଟିଆ, ଅଜୟ ଦାସ, ରବିନାନାରାୟଣ ବିଶ୍ୱାଳ, ନୀଲମ ସ୍ୱୟାଁ, ରବିନ୍ଦ୍ରନାଥ ଜେନା, ମିନତୀ ବେଉରିଆ, ପ୍ରୀୟଦର୍ଶନୀ ବେହେରା, ଅବିନାଶ ରାଉତ, ବିଶ୍ୱରଞ୍ଜନ ଜେନା, ମେନକାରାଣୀ ଦୁରୁଆ, ମିନତୀ ବାସ୍କେ, ଅନନ୍ତ ଚରଣ ବେହେରା, ବିଭୁତି ଭୂଷଣ ପହି, ରଘୁନାଥ ରାଉତ ପ୍ରମୁଖ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ