ବିଶିଷ୍ଟ ସାମ୍ବାଦିକ ତଥା ସମାଜସେବୀ ଆଳୟ ମହାନ୍ତିଙ୍କ ବିୟେଗାରେ ଶୋକସଭା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ସାମ୍ବାଦିକ ତଥା ଜଣାଶୁଣା ସମାଜସେବୀ ଆଳୟ କୁମାର ମହାନ୍ତିଙ୍କ ଅକାଳ ବିୟୋଗରେ ସୋମବାର ଲୋକସେବା ଭବନସ୍ଥିତ ପ୍ରେସ୍ ଲାଉଞ୍ଜ ପରିସରରେ ଭୁବନେଶ୍ୱର ସାମ୍ବାଦିକ ମାନଙ୍କ ପକ୍ଷରୁ ଏକ ଶୋକସଭା ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀଙ୍କ ଅଧ୍ୟତାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ମହାନ୍ତିଙ୍କ ସାମ୍ବାଦିକତତା ତଥା ସମାଜସେବା କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ମହଲରେ ସେ ବେଶ୍ ପରିଚିତ ଥିଲେ । ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ତଥା ଚିକିତ୍ସା ସେବା ଯୋଗାଇଦେବା କ୍ଷେତ୍ରରେ ସ୍ୱର୍ଗତ ମହାନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କର ଅକାଳ ବିୟୋଗ ଯୋଗୁ ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ଅପୂରଣୀୟ କ୍ଷତି ଘଟିଲା ବୋଲି ଶୋକସଭାରେ ବକ୍ତାମାନେ ମତ ରଖିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ତରଫରୁ ସ୍ୱର୍ଗତ ଆଳୟ ମହାନ୍ତିଙ୍କ ପରିବାରବର୍ଗଙ୍କୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ସାଧାରଣ ସମ୍ପାଦକ ସନ୍ନତ ମିଶ୍ର ଘୋଷଣା କରିଥିଲେ । ଶୋକସଭା ଆରମ୍ଭରେ ସ୍ୱର୍ଗତ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସଞ୍ଜୟ ପ୍ରଧାନ, ପ୍ରଦ୍ୟୁମ୍ନ ମହାନ୍ତି, ସର୍ବେଶ୍ୱର ବର୍ଦ୍ଧନ, ବିବେକାନନ୍ଦ ଜେନା, ବିଜୟ ପଣ୍ଡା, ରମେଶ ସ୍ୱାଇଁ, ସୁବାସ ସ୍ୱାଇଁ, ବିପିନ ସିଂ, ସୁକାନ୍ତ ମହାନ୍ତି, ତ୍ରିଲୋଚନ ମହାପାତ୍ର, ବଳରାମ ପ୍ରସାଦ ନନ୍ଦ, ଗିରିଧାରୀଲାଲ ଷଡ଼ଙ୍ଗୀ, ପାର୍ଥସାରଥୀ ଜେନା, ହଳଧର ଧୀର, ବରଦା ପ୍ରସନ୍ନ ଶତପଥି ପ୍ରମୁଖ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ