ଆନ୍ତଃଜିଲ୍ଲା ଭଲିବଲ ଟୂର୍ଣ୍ଣାମେଣ୍ଟ ଦ୍ଵିତୀୟ ଦିନରେ, ଭୁବନେଶ୍ୱର ଦଳକୁ ହରାଇ ଗଜପତି ଦଳ ବିଜୟୀ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଷ୍ଟାଡିୟମ ପରିସରରେ ସନରାଇଜ ସ୍ପୋର୍ଟସ୍ କ୍ଲବ ପକ୍ଷରୁ ଆନ୍ତଃଜିଲ୍ଲା ଭଲିବଲ ଟୂର୍ଣ୍ଣାମେଣ୍ଟ ସୋମବାର ଦ୍ଵିତୀୟ ଦିନରେ ଗଜପତି ଦଳ ସହ ଭୁବନେଶ୍ୱର ଦଳ ମଧ୍ୟରେ କଡା ମୁକାବିଲା ହୋଇଥିଲା l ଏଥିରେ ଗଜପତି ଦଳ ଭୁବନେଶ୍ୱର ଶିକ୍ସ ଦଳ କୁ ହରାଇ ବିଜୟ ହାସଲ କରିଥିଲା l ଅତିଥୀ ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ୧୦ ନମ୍ବର ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ୯ ନମ୍ବର ୱାର୍ଡ କାଉନସିଲର ପ୍ରୀତିଛନ୍ଦା ସାମଲ, ୩ ନମ୍ବର ୱାର୍ଡ କାଉନସିଲର ମାମା ସେଠି, କ୍ରୀଡାବିତ୍ ପୂର୍ଣ୍ଣ ଚନ୍ଦ୍ର ବେହେରା, ସିଏଚ ଜନାର୍ଦ୍ଦନ ରେଡ୍ଡୀ, ସନରାଇଜ ସ୍ପୋର୍ଟସ କ୍ଲବର ସଭାପତି ଏଲ ଶ୍ରୀନିବାସ ରାଓ,ସମ୍ପାଦକ ରଜନୀକାନ୍ତ ପଟ୍ଟନାୟକ, କୋଷାଧ୍ୟକ୍ଷ ଲକ୍ଷ୍ମିନାରାୟଣ ପାତ୍ର, ଏନ. ନରେଶ କୁମାର ପାତ୍ର, ବି.କୃଷ୍ଣମୂର୍ତ୍ତି, ଶ୍ରୀନୁ ପଟ୍ଟନାୟକ, ସମୀର ପଟ୍ଟନାୟକ ଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ମାନେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ମ୍ୟାଚ କୁ ରେଫରୀ ଭାବେ ଶ୍ରୀନିବାସ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ କୃଷ୍ଣ ପ୍ରଧାନ ଓ ମୋହନ ରାଓ, ଲାଇନମ୍ୟାନ ଭାବେ ରାଜେଶ, ଚରଣ, ରବି ଓ ସୁଧା ଦାୟିତ୍ୱ ତୁଲାଇଥିଲେ । ସେହିପରି ଭାଷ୍ୟକାର ଭାବେ ଜି ଜୟରାମ ରେଡ୍ଡୀ ଓ ପ୍ରଶାନ୍ତ କୁମାର ଶତପଥୀ ସୁନ୍ଦରଭାବେ ଉପସ୍ଥାପନ କରିଥିଲେ । ସମସ୍ତକାର୍ଯ୍ୟକ୍ରମକୁ ସନରାଇଜ ସ୍ପୋର୍ଟସ୍ କ୍ଲବର ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା ୨୯ତାରିଖ ଦିନ ଏହି ଟୂର୍ଣ୍ଣାମେଣ୍ଟ ଉଦଯାପିତ ହେବ । ଏଥିରେ ଜିଲ୍ଲା ଓ ଜିଲ୍ଲାବାହାର ର ଆଠ ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ଆଜିର ଏହି ମ୍ୟାଚ ମ୍ୟାଚ ରେ ବିବେକାନନ୍ଦ ଜେନାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା