ଲୋକଙ୍କ ସମସ୍ୟା ବୁଝିଲେ ସମାଜ ସେବୀ ଶଙ୍କର

ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ )ଚିକିଟି ବ୍ଲକ ରେ ଅର୍ଣ୍ଣବ ରେ ପୀଡିତ ବିପନ୍ନ କାମ୍ପ ନୂଆଗାଁ ପଞ୍ଚାୟତ ମାଉନ୍ଦ ପୁର,କରାଖାଳି,ଢେପ ଗାଁ,ଆମ୍ବ ଝୋଳା ,ମଳକୂଟ ଆଦିବାସୀ ଅଞ୍ଚଳ ଗୁଡିକୁ ଯାଇ ସମାଜ ସେବୀ ଶଙ୍କର ପ୍ରସାଦ ପ୍ରଧାନ ସମସ୍ୟା କୁ ବୁଝି ଭାଲୁଘାଇ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ର ଜଳ ନିଷ୍କାସନ ଉପରେ ଅନୁଧ୍ୟାନ କରିଥିଲେ। ଚାନ୍ଦପୁର ପଞ୍ଚାୟତ ର ଦୁର୍ଗମ ଆଦିବାସୀ ଗ୍ରାମ ଖଜୁରୀପଦା, ଉପକୂଳ ବର୍ତ୍ତୀ ଅଞ୍ଚଳ ର ବିଭିନ୍ନ ପଞ୍ଚାୟତ ର ଅର୍ଣ୍ଣବ ପ୍ରଭାବ ପରେ ଜୀବନ ଶୈଳୀ, ଖାଦ୍ୟପେୟ,ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କ ରେ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । କେ.ନୂଆଗାଁ ପଞ୍ଚାୟତ,ଲାଲମେଣ୍ଟା ପଞ୍ଚାୟତ ଲାଲମେଣ୍ଟା ଗ୍ରାମ ରେ ରାଜସ୍ବ ପରିଦର୍ଶକ ଓ ଗ୍ରାମବାସୀ ଙ୍କ ଉପସ୍ଥିତି ରେ ବାତ୍ୟା ଜନିତ କ୍ଷୟକ୍ଷତି ଜନିତ କ୍ଷତି ପୁରଣ ସମ୍ପର୍କିତ ପଲ୍ଲୀ ସଭା ରେ ମଧ୍ୟ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ. ପୀଡିତ ଙ୍କ ସାମାଜିକ,ଆର୍ଥିକ,ବୈଷୟିକ ଉନ୍ନତି ପାଇଁ ସରକାର ଙ୍କ ନିକଟରେ ରେ ଦାବି ଉପସ୍ଥାପନ କରିବା ସହ ସରକାର ଙ୍କ ବାତ୍ୟା ଜନିତ ସୁବିଧା ସୁଯୋଗ ସମ୍ପର୍କ ରେ ଲୋକଙ୍କୁ ମଧ୍ୟ  ଗାଁ ଗାଁ ବୁଲି ବୁଝେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ