ଖାଆନ୍ତୁ ବିଟ୍, ରୁହନ୍ତୁ ଫିଟ୍
ଘାଣ୍ଟ ତରକାରୀ ହେଉ ଅବା ଦୋସା, ଚୁନା ଚୁନା ବିଟ୍ ଖଣ୍ଡ ପଡ଼ିଛି ମାନେ ନିଶ୍ଚିତ ପାଟିକୁ ସୁଆଦ ଲାଗିବ । ତେବେ ଏହା ଏଭଳି ଏକ ପରିବା ଯାହାର ଉପଯୋଗ ଖୁବ୍ କମ୍ । କିନ୍ତୁ ଏହାର ଉପକାରିତା ସମ୍ପର୍କରେ ଜାଣିଲେ ପ୍ରତିଦିନ ବିଟ୍ ଖାଇବା ଆରମ୍ଭ କରିବେ ।
ପ୍ରଥମ କଥା ହେଲା ବିଟ୍ ହେଉଛି ଏକ ଶକ୍ତିଶାଳୀ ଆଣ୍ଟି ଅକ୍ସିଡେଣ୍ଟ୍ । ଏହା ଶରୀରର ରକ୍ତରେ ଥିବା କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ କରିବାରେ ସହାୟକ ହୋଇଥାଏ । ଏହା ହୃଦ୍ଘାତରୁ ମଧ୍ୟ ରକ୍ଷା କରିଥାଏ । ଏହା ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ ।
ବିଟ୍ରେ ପ୍ରଚୁର ପରିମାଣରେ ଫଲିକ ଏସିଡ୍ ରହିଛି, ଯାହା ଗର୍ଭସ୍ଥ ଶିଶୁମାନଙ୍କ ପାଇଁ ଅମୃତ ତୁଲ୍ୟ । ଗର୍ଭସ୍ଥ ସନ୍ତାନର ସ୍ପାଇନାଲ୍ କର୍ଡର ଗଠନକୁ ଶକ୍ତ କରିଥାଏ । ତା’ଛଡା ଗର୍ଭବତୀ ମହିଳାମାନେ ବିଟ୍ ଖାଇଲେ ସେମାନଙ୍କୁ ଶାରୀରିକ ଶକ୍ତି ମିଳିଥାଏ ।
ବିଟ୍ ଖାଇଲେ ଅଷ୍ଟିଓ ପୋରୋସିସ୍ ରୋଗର ଆଶଙ୍କା ହ୍ରାସ ପାଇଥାଏ । ଏହା ଦାନ୍ତ ଓ ହାଡକୁ ମଧ୍ୟ ଶକ୍ତ କରିଥାଏ । ନିୟମିତ ବିଟ୍ ଖାଉଥିବା ଲୋକଙ୍କୁ ସହଜରେ ମଧୁମେହ ରୋଗ ହୋଇ ନଥାଏ ।
ବିଟ୍ରେ ପ୍ରଚୁର ମାତ୍ରାରେ ଆଇରନ୍ ଥିବା ହେତୁ ଏହା ଆନେମିଆ ରୋଗରୁ ଉପଶମ କରିଥାଏ ।
ବିଟ୍କୁ ପ୍ରାକୃତିକ “ଭାଏଗ୍ରା’ ବୋଲି ମଧ୍ୟ କୁହାଯାଏ । ଏହା ଯୌନ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏହା ସେକ୍ସ ହରମୋନ୍ସ ଉତ୍ପନ୍ନ କରିବାରେ ସହାୟତା କରିଥାଏ ।
ବିଟ୍ ଖାଇଲେ ପ୍ରୋଟେଷ୍ଟ ଓ ସ୍ତନ କର୍କଟ ହେବାର ଆଶଙ୍କା ମଧ୍ୟ କ୍ଷୀଣ ହୋଇଥାଏ ।
ନିୟମିତ ଭାବେ ବିଟ୍ ଖାଇଲେ ମସ୍ତିଷ୍କର କ୍ଷମତା ବୃଦ୍ଧି ପାଇଥାଏ । ଯେଉଁମାନଙ୍କର ଖାଦ୍ୟ ହଜମ ଓ ଲଘୁଶଙ୍କା ବେଳେ ସମସ୍ୟା ରହିଥାଏ, ସେମାନେ ବିଟ୍ ଖାଇଲେ ସେଥିରୁ ଆଶ୍ୱସ୍ତି ମିଳିଥାଏ ।