ସାନଖେମୁଣ୍ଡି ରେ ଆନ୍ତର୍ଯ୍ୟତୀୟ କନ୍ୟା ଶିଶୁ ଦିବସ ପାଳିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଆନ୍ତର୍ଯ୍ୟତୀୟ କନ୍ୟା ଶିଶୁ ଦିବସ ଆଜି ସାନଖେମୁଣ୍ଡି ବ୍ଳକ.ସମ୍ବିଳନୀ କକ୍ଷରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅଂଚଳର ୪୫ ରୁ ଉର୍ଦ୍ଧ ଶିଶୁ ଯୋଗ ଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୈଜୟନ୍ତି ମୁଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦେଶରେ ପ୍ରଥମେ ଶିଶୁ କନ୍ୟାମାନେ ହସିଲେ ଦେଶ ହସିବ ବୋଲି କହିବା ସହିତ ଶିଶୁ ମାନଙ୍କର ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହେବାକୁ ଆହ୍ୱାନ ଦେଇଛନ୍ତି । ସାନଖେମୁଣ୍ଡି ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଅର୍ଚ୍ଚନା କହଁର, ଡିପିଶି ଦୁର୍ଯ୍ୟଧନ ମଲ୍ଲିକ, ଏକାଉଟେଣ୍ଡ ସଂଜିତ ସୁମନ, ସାହସପୁର ପ୍ରଥମିକ ଚିକିତ୍ସାଳୟ ର ଡାକ୍ତର ଅଭିଷେକ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଶିଶୁ କନ୍ୟା ମାନଙ୍କର ଅଧିକାର ଓ ସୁରକ୍ଷା ବିଷୟରେ ମତ ଦେଇଥିଲେ । ସାନଖେମୁଣ୍ଡି ବ୍ଲକ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ର ସମସ୍ତ କର୍ମଚାରି, ସମସ୍ତ ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ଓ କିଶୋରୀ ବାଳିକା ମାନେ ଯୋଗ ଦେଇଥିଲେ l