ବାଇକ ଧକ୍କାରେ ମୋଟର ସାଇକେଲ ଆରୋହୀ ଗୁରୁତର ଆହାତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଦିଗପହଣ୍ଡି- ଆସିକା ଜାତୀୟ ରାଜପଥ ୩୨୬ ପାଟପୁର ଥାନା ଅନ୍ତର୍ଗତ ପାଇକ.ରାମଚନ୍ଦ୍ରପୁର ଛକ ନିକଟରେ ମଙ୍ଗଳବାର ରାତ୍ର ବାଇକ ଧକ୍କାରେ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି l ସାଇକେଲ ଆରୋହୀ ଜଣଙ୍କ ହେଲେ ପାଇକ.ରାମଚନ୍ଦ୍ରପୁର ଗ୍ରାମର ସୁରେନ୍ଦ୍ର ପ୍ରଧାନ l ସୂଚନା ଯୋଗ୍ୟ ବାଇକ ଚାଳକ ଧରାକୋଟ ଥାନା ପୋଡ଼ାପଲ୍ଲୀ ଗ୍ରାମର ସୁଶାନ୍ତ ବରାଡ ଦିଗପହଣ୍ଡି ରୁ ନିଜ ଗାଁ କୁ ଯାଉଥିବା ବେଳେ ରାମଚନ୍ଦ୍ରପୁର ଛକ ନିକଟ ରେ ସାଇକେଲ ରେ ଯାଉଥିବା ସୁରେନ୍ଦ୍ର ଙ୍କୁ ଧକ୍କା ଦେଇଥିଲା ଫଳରେ ଉଭୟ ରାସ୍ତା କଡ଼ରେ ଛିଟିକି ହୋଇ ପଡ଼ିଯାଇଥିଲେ l ସେଠାକାର ସ୍ଥାନୀୟ ଲୋକ ପାଟପୁର ପୋଲିସ୍ କୁ ଖବର ଦେବାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହାତ ଉଭୟ ଙ୍କୁ ଉଦ୍ଧାର କରି ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ମୋଟର ସାଇକେଲ କୁ ଜବତ କରିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ