ବେଲଗୁଣ୍ଠା ୧୦୦ ଫୁଟ ତ୍ରିରଙ୍ଗାକୁ ଲୋକାର୍ପିତ କଲେ ବିଧାୟକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆସନ୍ତା କାଲି ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବେଲଗୁଣ୍ଠା ସହର ଆଜିଠାରୁ ଉତ୍ସବମୁଖର ହୋଇଉଠିଛି ।ବେଲଗୁଣ୍ଠା ସହରରେ ଆଜି ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ କରକମଳରେ ୧୦୦ ଫୁଟ ଉଚ୍ଚତା ଏକ ତ୍ରିରଙ୍ଗା ପତାକା ଲୋକାର୍ପିତ ହୋଇଛି । ଆଜି ଏହି ତ୍ରିରଙ୍ଗା ପତାକା ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ରଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ନଗରପାଳ ଫିରୋଜ କୁମାର ସେଠୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ଏନ୍.ଏ.ସି ଉପ ନଗର ପାଳ ବବିତା କୁମାରୀ, ସାଂସଦ ପ୍ରତିନିଧି ତଥା ପୁର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ର ଓ ଚନ୍ଦ୍ରମଣି ସାମଲ,ପୁର୍ବତନ ଉପ ନଗରପାଳ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।ବିଧାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଜାତୀୟ ପତାକାକୁ ଲୋକାର୍ପିତ କରିବା ଉଦ୍ଦେଶ୍ୟରେ ଉତ୍ତୋଳନ କରିଥିଲେ ।ଏହା ସହିତ ବେଲଗୁଣ୍ଠା ବିକାଶରେ ଆଉ ଏକ ଫର୍ଦ ଯୋଡି ହେବା ସହିତ ବିକାଶର ମାଇଲଖୁଣ୍ଟ ବୋଲି ସେ ବକ୍ତବ୍ୟ ରଖିଥିଲେ ।ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।ସହରର ବିଭିନ୍ନ ବିଦ୍ୟାଳୟର ଏନ୍.ସି.ସି, ସ୍କାଉଟ୍,ଜୂନିୟର ରେଡ୍ କ୍ରସ୍ ର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ କାଉନସିଲର ଭାସ୍କର ପାତ୍ର,ଦିବ୍ୟ ରଞ୍ଜନ ଦାଶ,ଲିଜା ବେହେରା,ପ୍ରିୟମ୍ବଦା ସାମଲ, କାହ୍ନୁ ଚରଣ ସାହୁ,ପ୍ରଦିପ ସେଠୀ, ଦିଲ୍ଲୀପ କୁମାର ଆଚାରୀ, ବିଶ୍ୱନାଥ ଦଳେଇ, ପ୍ରତିମା ସ୍ୱାଇଁ ଉପସ୍ଥିତ ଥିଲା ବେଳେ ବରିଷ୍ଠ ଆଇନଜୀବି ସନ୍ତୋଷ କୁମାର ପଣ୍ଡା, ଡଃ ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ପୁର୍ବତନ କାଉନସିଲର ଜିତେନ୍ଦ୍ର ସୁବୁଦ୍ଧି, ସଙ୍ଗଠକ ଚିଦାନନ୍ଦ ପାତ୍ର,ସମବାୟ ସମିତି ସଭାପତି ସନ୍ତୋଷ କୁମାର ସୁବୁଦ୍ଧି,ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ପରିଷଦ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।ଏହାର ଉଚ୍ଚତା ୧୦୦ ଫୁଟ ରହିଥିବାବେଳେ ପତାକାଟି ୬୦୦ ବର୍ଗଫୁଟ ବିଶିଷ୍ଟ କପଡ଼ାରେ ତିଆରି ବୋଲି ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ