ବିଦ୍ୟା ପବ୍ଲିକ ସ୍କୁଲରେ ସାଧାରଣତନ୍ତ୍ର ଦିବସ ଓ ସରସ୍ୱତୀ ପୂଜା
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ବିଦ୍ୟା ପବ୍ଲିକ ସ୍କୁଲରେ ସାଧାରଣତନ୍ତ୍ର ଦିବସ ଓ ସରସ୍ୱତୀପୂଜା ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷ ଜ୍ୟୋସ୍ନା ରାଣୀ ପଣ୍ଡାଙ୍କ ପୌରହିତ୍ୟିରେ ସାଧାରଣତନ୍ତ୍ର ଦିବସରେ ଏବିଇଓ ବିଜୟ କୁମାର ବେହେରା ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଗଞ୍ଜାମ ସିଆରସିସି ମହେଶ କୁମାର ବେହେରା ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଏହିଅବସରରେ ଅନୁଷ୍ଠିତ ଶିକ୍ଷକ ଵିନୋଦ ଚନ୍ଦ୍ର ପଲେଇଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ପ୍ରତିଯୋଗିତାର କୃତିପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପି.ସୁଜାତା, ରଶ୍ମୀରାଣୀ ବିଶ୍ୱାଳ, ସାଗରିକା ପ୍ରଧାନ, ମନାଲିସା ରେଡ୍ଡୀ, ସିଏଚ. ପଦ୍ମିନୀ, ଟି.ଅର୍ଣ୍ଣପୂର୍ଣା, ରୂପାଲି ମହାପାତ୍ର, ଲିବାସାହୁ, ଅର୍ପିତା ସାହୁ, ସେବୀକା ସବିତା ଦାସ, ଉପସ୍ଥିତ ଥିଲେ। ପରେ ମା ସରସ୍ଵତୀଙ୍କ ପୂଜା ମହାଆଡ଼ମ୍ବରରେ ପାଳନ ହୋଇଥିଲା