ଗୁଣ୍ଡୁରିଆ ଶହୀଦ ଦିବସକୁ ନେଇ ନେଇ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ସାମ୍ବାଦିକ ସମ୍ମିଳନୀ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):କେନ୍ଦ୍ର ସରକାରଙ୍କ ଗରିବ ଭାରତ ବଜେଟ ଏବଂ ଗୁଣ୍ଡୁରିଆ ଐତିହାସିକ ଶହୀଦ ଦିବସ ପାଳନ ନେଇ ଓଡ଼ିଶା ପ୍ରଦେଶ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କାର୍ଯ୍ୟାଳୟରେ ଝାମୁମୋ ଓଡ଼ିଶା ସଚିବ ଦୁବରାଜ ନାଗଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଗୁରୁବାର ଦିନ ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଝାମୁମୋ ରାଜ୍ୟ ପ୍ରବକ୍ତା ତଥା କୁସୁମି ବ୍ଳକ ପୂର୍ବତନ ଅଧ୍ୟକ୍ଷ ଶ୍ୟାମ ଚରଣ କିସ୍କୁ କହିଥିଲେ କେନ୍ଦ୍ର ସରକାରଙ୍କ ଅର୍ଥ ବଜେଟ ଗରିବମାରଣ ନୀତି ଅଟେ । ଏଥିରେ ମନେରଗାକୁ ଅଣଦେଖା କରାଯାଉଛି । ଉପା ସରକାରଙ୍କ ମନେରଗା ସ୍କିମ ସବୁଠାରୁ ଗରୀବ ଶସକ୍ତ ସ୍କିମ୍ । ଏଥିରେ ଜଣେ ଶ୍ରମିକ କାମ କରି ସିଧା ସଳଖ ପାଉଣା ତାର ଖାତାକୁ ଯାଉଥିଲା ।ଯାହାଫଳରେ ସେ ଉପକୃତ ହେଉଥିଲା ।ସେମିତି ବେକାର ଯୁବକ ମାନଙ୍କ ରୋଜଗାର ଓ ନିଯୁକ୍ତି ପାଇଁ ଅର୍ଥ ବରାଦ ହୋଇନାହିଁ । କେନ୍ଦ୍ର ବଜେଟରେ ଏହାକୁ ଅଣଦେଖା କରାଯାଇଛି । ଯାହାଫଳରେ ଦେଶରୁ ଗରୀବ ହଟିବା ଅସମ୍ଭବ ।ରେଳ ବଜେଟରେ ଓଡ଼ିଶା ଏବଂ ସବୁଠାରୁ ବଡଜିଲ୍ଲା ମୟୂରଭଞ୍ଜକୁ ଅଣଦେଖା କରାଯାଇଛି । ତେଣୁ କେନ୍ଦ୍ର ସରକାରଙ୍କ ଅର୍ଥ ବଜେଟ ନୈରାଶ୍ୟଜନକ ଅଟେ ।ସେହିଭଳି ଝାମୁମୋ ମୁଖପାତ୍ର ସୁନିଲ ମାଝୀ କହିଥିଲେ ଫେବୃଆରୀ ୬ ତାରିଖ ଦିନ ଗୁଣ୍ଡୁରିଆ ଶହୀଦ ଦିବସ ପାଳନ ଅବସରରେ ଝାଡ଼ଖଣ୍ଡ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ସୋରେନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।ଏହି ଶହୀଦ ଦିବସରେ ହଜାର ହଜାର ସଂଖ୍ୟାରେ ଯୋଗ ଦେବାକୁ ବିନମ୍ର ନିବେଦନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଝାମୁମୋ କେନ୍ଦ୍ର କମିଟି ସଦସ୍ୟ ପବନ କୁମାର, ଝାମୁମୋ ଜିଲ୍ଲା ସଭାପତି ସନାତନ ମୁଣ୍ଡା,ବରିଷ୍ଠ ନେତା ସାଲୁ କିସ୍କୁ,ଝାମୁମୋ ଜିଲ୍ଲା ସଂପାଦକ ସେକ ଅବଦୁଲ ମାନାନ ଏବଂ ଅନ୍ୟ ନେତୃବୃନ୍ଦ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ