ସ୍ବର୍ଗତ ନବକିଶୋର ଦାସଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଛାତ୍ର ବିଜେଡ଼ି କ୍ୟାମ୍ପସ କମିଟି ତରଫରୁ ଲୋକପ୍ରିୟ ନେତା ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସଙ୍କ ଉଦ୍ଦେଶ୍ୟରେ ଏକ ମହମବତୀ ଶୋଭାଯାତ୍ରା କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ର ବିଜେଡ଼ି ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ଛାତ୍ର ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ଅଭିଷେକ ମହାପାତ୍ର, ବିଶ୍ବବିଦ୍ୟାଳୟ କ୍ୟାମ୍ପସ କମିଟି ଆବାହକ ହିରେନ୍ଦ୍ର ସାହୁ, ଛାତ୍ର ନେତା ଜିତେନ୍ଦ୍ର ବେହେରା, ପ୍ରାଚୁର୍ଯ୍ୟ ଭୋଇ, କାମାକ୍ଷ ସିଂହ ଦେଓ, ରୁଦ୍ର ମଣ୍ଡଳ, ଜ୍ୟୋତି ବେହେରା, ହିମାଂଶୁ ହରିପାଲ ପ୍ରମୁଖ ଯୋଗଦେଇଥିଲେ।


