ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ବିଭିନ୍ନ ଦାବିନେଇ ଧାରଣା
ବେତନଟୀ, (ଉଦିତ କୁମାର ପରିଡା): ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ବେତନଟୀ ବ୍ଲକ କମିଟି ପକ୍ଷରୁ ବ୍ଲକ କାର୍ଯ୍ୟଳୟରେ ଧାରଣା ଓ ପ୍ରତିବାଦ ସଭା ସହ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ଓ ଗଣଶିକ୍ଷା ମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିଗୁଡିକ ମଧ୍ୟରେ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଗୁଡିକୁ ତୁରନ୍ତ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ପେନସନ ପ୍ରଦାନ, ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ କଣ୍ଟ୍ର।ଚୁଆଲ ପିରିଅଡକୁ ସରକାରୀ ଚାକିରିରେ ଯୋଗ, ଅବସର ବୟସ ୬୦ ରୁ ୬୨ କୁ ବୃଦ୍ଧି, ସମସ୍ତ ଅନୁଦାନ ପ୍ରାପ୍ତ ଓ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକୁ ସରକାରୀକରଣ, ଅନୁଦାନ ପ୍ରାପ୍ତ ଓ ନୂତନ ଅନୁଦାନ ପ୍ରାପ୍ତ ହାଇସ୍କୁଲ ରେ ନିଯୁକ୍ତି, ଗ୍ରେଡ ପେ ରେ ଅସଙ୍ଗତି ଦୁର ଆଦି ଅନ୍ୟତମ। ଦାବିପତ୍ର ଗୁଡିକ ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚ ଓ ଗଣଶିକ୍ଷା ମନ୍ତ୍ରୀ, ଆଇନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କ ଅନୁପସ୍ଥିତରେ ହେଡ କ୍ଲାର୍କ ଙ୍କୁ ଓ ବିଧାୟକଙ୍କ ଉଦ୍ଦେଶ୍ୟରେ ମଣ୍ଡଳ ସଭାପତି ଜୀଵନ ପରିଡ଼ାଙ୍କୁ ପ୍ରଦାନ କରିଥିଲେ।ଗୋପବନ୍ଧୁ ଶିକ୍ଷା ନିକେତନର ପ୍ରଧାନ ଶିକ୍ଷକ ହରେକୃଷ୍ଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ କିଶୋର କୁମାର ଆଚାର୍ଯ୍ୟ, ବ୍ଲକ ଆବାହକ ସୂର୍ଯ୍ୟାନନ୍ଦ ନାୟକ, ଧୀରେନ୍ଦ୍ର ପ୍ରଧାନ, ଟିକାୟତ ଚନ୍ଦ୍ର ମହାନ୍ତ, କୁଷଧର ମହାନ୍ତ, ନରହରି ମହାନ୍ତ, ଗଜେନ୍ଦ୍ର ମହାନ୍ତ, ବିଜୟ କୁମାର ପଣ୍ଡିତ, ଜଗଦିଶ ଚନ୍ଦ୍ର ମହାନ୍ତ, ରଞ୍ଜନ କୁମାର ବାରିକ, ପ୍ରଦ୍ୟୁମ୍ନ କୁମାର ଭୂୟାଁ, ଭବାନୀ ଶଙ୍କର ବାଗ, ଗଣେଶ ନାୟକ, ଅରୁଣ ସାହୁ, ମମତା ପଣ୍ଡା, ମୃତ୍ୟୁଞ୍ଜୟ ଦାସ, ନିହାର ବେହେରା, ଅଜୟ ବାରିକ, ମୌସୁମୀ ମାହାପାତ୍ର, ସୁଜାତା ଦାସ, ଗୋପାଲ ପ୍ରଧାନ, ମନୋଜ ବେହେରା, ନିରଞ୍ଜନ ବେଜ୍, ହରେନ୍ଦ୍ର କର, ଅମୀୟ ପରିଡ଼ା, ଚିତ୍ତରଞ୍ଜନ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ଅନ୍ତର୍ଯ୍ୟାମୀ ପୋଥାଳ, ସରୋଜ ମହାପାତ୍ର, ଦିଲ୍ଲୀପ ସେନାପତି ପ୍ରଭୃତି ଯୋଗ ଦେଇଥିଲେ। ସର୍ବଶେଷରେ ଶିକ୍ଷକ ଟିକାୟତ ଚନ୍ଦ୍ର ମହାନ୍ତ ଧନ୍ଯବାଦ ଅର୍ପଣ କରିଥିଲେ।


