ଡାକ୍ତର ସରୋଜିନୀ ଯୋଶୀଙ୍କୁ ଶିବାନନ୍ଦ ସେବାରତ୍ନ ସମ୍ମାନ ପ୍ରଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ କଲ୍ୟାଣକାରୀ ବିଷ୍ଣୁ ମହାଯଜ୍ଞର ଚତୁର୍ଥ ଦିବସରେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣା ଓ ମୁଖ୍ୟବକ୍ତା ଭାବେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର ଯୋଗଦେଇଥିଲେ । ଏହି ଅବସରରେ କେନ୍ଦ୍ରାପଡାରେ ବିଭିନ୍ନ ସମୟରେ ରୋଗୀମାନଙ୍କୁ ନିଷ୍ଠାପର ଭାବେ ସେବା ଯୋଗାଇ ଦେଇ ଆସୁଥିବା ସୁନାମଧନ୍ୟ ଡାକ୍ତର ସରୋଜିନୀ ଯୋଶୀଙ୍କୁ ଶିବାନନ୍ଦ ଆଶ୍ରମ ତଥା ଦିବ୍ୟଜୀବନ ସଙ୍ଘ ପକ୍ଷରୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ଶିବାନନ୍ଦ ସେବାରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ମାନବ ସେବା ହିଁ ମାଧବ ସେବା । ଡାକ୍ତର ଯୋଶୀ ମାନବ ସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବାରୁ ଶ୍ରୀମା ତାଙ୍କ ଭବିଷ୍ୟତର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଶେଷରେ ନୃସିଂହ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ