କେନ୍ଦ୍ର ବଜେଟକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଆଜି ବାଲିଗୁଡା ପୁର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ବିଜେପିଦଳ ତରଫରୁ କେନ୍ଦ୍ର ସରକାରଙ୍କ ବଜେଟ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏଥିରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ବିଜେପିର ରାଜ୍ୟ ମୁଖ୍ୟପାତ୍ର ତେଜେଶ୍ୱର ପରିଡା ,ରାଜ୍ୟକାର୍ଯ୍ୟକାରିଣି ସଦସ୍ୟ ପଦ୍ମ ଚରଣ ଦାସ,କନ୍ଧମାଳ ଜିଲ୍ଲା ସମ୍ପାଦକା ରଂଜିତ କୁମାର ସାହୁ,ଜିଲ୍ଲା ମହିଳାମୋର୍ଚ୍ଚ ସଭାପତି କୁସୁମି ପ୍ରଧାନ୍ ପ୍ରମୁଖ ମଂଚାସୀନ ଥିଲେ । ମୁଖପାତ୍ର ତେଜେଶ୍ୱର ପରିଡା କହିଛନ୍ତି ଯେ ଏହି ବଜେଟ ସବୁ ବର୍ଗର ଲୋକଙ୍କୁ ଛୁଇଁଲାଭଳି ବଜେଟ ତିଆରି ହୋଇଛି । ଏହି ବଜେଟ ସମସ୍ତଙ୍କ ପାଖରେ ପହଁଚିବା ପାଇଁ ଏହି ସାମ୍ବାଦିକ ସମ୍ମିଳନୀରଆୟୋଜନ କରାଯାଇଛି । ଦେଶର ଉନ୍ନତି ନିମନ୍ତେ ଓ ସବୁବର୍ଗ ଲୋକଙ୍କ ପାଇଁ ଏହି ବଜେଟ ବହୁ ଉପନିବେଶ କରାଯାଇଛି ।କୃଷିଋଣ ଦେବାକୁ ନିର୍ଦ୍ଧାରଣ କରାଯାଇଛି ଓ ମାଛଚାଷକୁ ଅଧିକ ଗୁତୁତ୍ୱ ଦିଆଯାଇଛି ।୨୦୧୪ ପରଠାରୁ ନିର୍ମାଣ ହୋଇଥିବା ୧୫୭ଟି କଲେଜ ପାଖରେ ୧୫୭ଟି ନର୍ସି କଲେଜ କରାଯିବ । ଦେଶରେ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିମନ୍ତେ କର୍ମଚାରୀ ଓ ଶିକ୍ଷକ ନିଯୁକ୍ତି କରିବେ ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟୟ ଅଟକଳ ପରିମାଣକୁ ୬୬ଶତକଡା ବୃଦ୍ଦି କରାଯାଇଛି । ।ରେଳ ବଜେଟ ପାଇଁ ରାଜ୍ୟ ସରକାର ୮୪ଶହ କୋଟି ଟଙ୍କା ମାଗିଥିଲେ କିନ୍ତୁ ପ୍ରଧାନମ୍‌ତ୍‌ରୀ ଶତକଡା ୨୦ ଅଧିକ ଦିଆହୋଇଛି । ଦେଶର ସୁରକ୍ଷା ବାବଦକୁ ପ୍ରତିରକ୍ଷା ପାଇଁ ବ୍ୟାପକ ଅର୍ଥ ଦିଆଯାଇଛି ।ଗତ ନଅ ବର୍ଷ ମଧ୍ୟରେ ମୁଣ୍ଡ ପିଛାଆୟ ପରିମାଣରୁ ଦୁଇଗୁଣ ର ଅଧିକା ବୃଦ୍ଧି ପାଇଛି । ଇପିଏଫଓ ସଦସ୍ୟତା ଦୁଇଗୁଣ ବୃଦ୍ଧିପାଇ ୨୭ କୋଟିରେ ପହଂଚିଛି ।ସ୍ୱଛ ଭାରତ ମିଶନ ଅଧିନାରେ ବହୁପରିବାର ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି । ଉଜ୍ୱଳା ଯୋଜନା ଅଧିନରେ ୯.୬ କୋଟି ଏଲପିଜି ସଂଯୋଗ କରାଯାଇଛି ।ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅଧିନରେ ୪୪.୬କୋଟି ଲୋକଙ୍କୁ ବୀମା ସୁରକ୍ଷା କରାଯାଇଛି ।,ଶିକ୍ଷକ ମାନଙ୍କ ଦକ୍ଷତା ବୃଦ୍ଦି,ଛୋଟପିଲାମାନଙ୍କ ନିମନ୍ତେ ଡିଜିଟାଲ ଲାଇବ୍ରେରୀ ଆଦି ଅନେକ ବଜେଟ ଉପରେ ଉପସ୍ଥାପନ କରିଥିଲେ ।ଶେଷରେ ରାଜ୍ୟ ସରକାର ଉପରେ ବର୍ଷି ଥିଲେ । କେନ୍ଦ୍ର ସରକାର ଦେଉଥିବା ଟଙ୍କାକୁ ବାଟମାରନା ନକରି ଲୋକ ପାଖରେ ପହଁଚାଆନ୍ତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ