ଭରତପୁର ଶ୍ରୀ ମହାକାଳୀଙ୍କ ମନ୍ଦିର ପ୍ରଥମ ବାର୍ଷିକ ପ୍ରତିଷ୍ଠା ମହୋତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ଶ୍ରୀ ମହାକାଳୀଙ୍କ ମନ୍ଦିର ପ୍ରଥମ ବାର୍ଷିକ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମଙ୍ଗଳବାର ଶ୍ରୀ ଶୁଭାଧିବାସ ଓ ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଥିବା ବେଳେ ବୁଧବାର ଦେବୀଙ୍କ ଘଟନିମଗ୍ନ, କଳସଯାତ୍ରା, ଦେବୀଙ୍କ ନଗର ପରିକ୍ରମା, ଗୁରୁପୂଜା, ସୂର୍ଯ୍ୟପୂଜା, ଗୋପୂଜା, ଶାଳାମର୍ଜନ କରାଯାଇ କୁଣ୍ଡ ସଂସ୍କାର, ଅଗ୍ନି ସ୍ଥାପନ ପୂର୍ବକ ଉପଚାର ପୂଜା କରାଯାଇ ଦେବୀଙ୍କ ୧୦୦୮ନାମରେ ଆହୁତି ପ୍ରଦାନ କରାଯାଇଥିଲା । ଏହି ଉପଲକ୍ଷେ ଗ୍ରାମର ଯୁବତୀ ଓ ମହିଳାମାନେ ସ୍ଥାନୀୟ ଗୋବରୀ କେନାଲ ତୁଠରୁ ପୂଜାର୍ଚ୍ଚନା ପୂର୍ବକ ୧୦୮କଳସରେ ଜଳପୂର୍ଣ୍ଣ କରି କଳସ ଯାତ୍ରାରେ ଆସି ମନ୍ଦିର ନିକଟରେ ପହଞ୍ଚିବା ପରେ ପୂଜା ଓ ଯଜ୍ଞ ଆରମ୍ଭ ହୋଇଥିଲା । ଗୁରୁବାର ମା’କାଳୀଙ୍କର ଷୋଡଶ ଉପଚାରରେ ପୂଜା କରାଯିବା ସହିତ ଗୀତାଯଜ୍ଞ ଓ ଦର୍ଶନ କରାଯାଇଥିଲା । ଆସନ୍ତା କାଲି ମା’ଙ୍କର ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଇ ଚଣ୍ଡୀଯଜ୍ଞ, ପୂର୍ଣ୍ଣାହୂତି, ପୂର୍ଣ୍ଣ ଆଳତୀ ଓ ପୁଷ୍ପାଞ୍ଜଳୀ ଅର୍ପଣ କରାଯିବ । ଏହି ଉପଲକ୍ଷେ ପ୍ରତ୍ୟେଷ ସନ୍ଧ୍ୟାରେ ଆଧ୍ୟାତ୍ମିକ ପ୍ରବଚନ ଓ ଭଜନ ସମାରୋହ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମକୁ ଶିବ ପ୍ରସାଦ ଦାସ, ଶକ୍ତି ପ୍ରସାଦ ମହାନ୍ତି, ସୈାଭାଗ୍ୟରଞ୍ଜନ ଦାସ, ସୁବୋଧ ଦାସ, ଶ୍ରୀଧର ମହାନ୍ତି, ବିମଳାକାନ୍ତ ଚୈାଧୁରୀ, କାହ୍ନୁଚରଣ ବେହେରା, ନନ୍ଦ କିଶୋର ବେହେରା, ପ୍ରସନ୍ନ ମଲ୍ଲିକ, ଆକୁଳାନନ୍ଦ ବେହେରା, ଶ୍ରୀଚରଣ ବେହେରା,ଅରବିନ୍ଦ ମହାନ୍ତି, ଅଲେଖ ପ୍ରସାଦ ଦାସ, ଶତୃଘ୍ନ ଦାସ, ସୁଶାନ୍ତ ଦାସ, ବିଜୟ କିଶୋର ଦାସ, ତପନ ମହାନ୍ତି, ସୁଶାନ୍ତ କୁମାର ଦାସ(ଧନିଆ)ପ୍ରମୁଖ ପରିଚାଳନା କରିଥିଲେ ।