ଦୁଇ ବାଇକ୍ ମୁହାଁମୁହିଁ ରେ ଜଣେ ମୃତ ଦୁଇ ଗୁରୁତର
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ପାହାଡପୁର ଗାଁରେ ଵୁଧବାର ରାତି ୭.୩୦ ଟା ପାଖାପାଖି ସମୟରେ ଗ୍ରାମୀଣ କ୍ରୀଡା ପ୍ରତିଯୋଗିତା ଦେଖି ବାଇକରୃ ଫେରୁଥିବା ସମୟରେ ଭାଦୁସାହି ଛକରେ ଦୁଇ ବାଇକ୍ ମୁହାଁମୁହିଁ ହେବାଫଳରେ ଜଣେ ମୃତ ହୋଇଥିବାବେଳେ ଦୁଇ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ କୁମୁଡାଶୋଳ ଗ୍ରାମର ସ୍ବର୍ଗତ ପରେଶ ଚନ୍ଦ୍ର ମହାକୁଡଙ୍କ ପୁତ୍ର ଦିଲିପ ମହାକୁଡ଼(୩୦) ।ଅନ୍ୟ ବାଇକରେ ଦୁଇ ଜଣ ଗୁରୁତର ହୋଇ ବାରିପଦା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏକ ଦୁର୍ଘଟଣା ଜନିତ ମାମଲା କେଶ ନମ୍ବର ୧୭/୨୦୨୩ ରୁଜୁ କରିବା ସହ ଗୁରୁବାର ଦିନ ଶବକୁ ବ୍ୟବଛେଦ କରାଇ ପାରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।


