ଓଁ ଶ୍ରୀ ନୀଳକଣ୍ଠେଶ୍ବର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଳକ ଅନ୍ତର୍ଗତ ବାଲିପଦର ମହୋତ୍ସବ ପଡିଆରେ ବ୍ଳକ ସ୍ତରୀୟ ଓଁ ଶ୍ରୀ ନୀଳକଣ୍ଠେଶ୍ବର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ସାମ୍ବାଦିକ ରତ୍ନାକର ମହାରଣା ଓ ଅବିନାଶ ଗୁରୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟକୁ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିଲେ। ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଗ୍ରହଣ କରିଥିବା ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇଥିଲେ। ବନ୍ଧୁତ୍ୱ ସୃଷ୍ଟି କରି ଶାନ୍ତିପୂର୍ଣ୍ଣ ଭାବେ ଖେଳ ପରିଚାଳନା କରିବା ପାଇଁ ଯୁବକମାନଙ୍କୁ ପରାମର୍ଶ ଦେଇଥିଲେ। ବାଲିପଦର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବୁଗୁଡା ବ୍ଳକ ଅଧ୍ଯକ୍ଷା କେ. ପ୍ରିୟଦର୍ଶିନୀ ଆଚାରି,ଓ ମନ୍ତ୍ରୀଙ୍କ ସଚିବ ସମ୍ଭୁନାଥ ନନ୍ଦୀ , ମୁଖ୍ୟ ବକ୍ତା ଭାବେ ବାଲିପଦର ଓଆଇସି ସମୀର କୁମାର ବେହେରା, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏ.କରଡ଼ାବଡି ସରପଞ୍ଚ ରିଙ୍କି ଦାସ, ପାଙ୍ଗିଡି ସରପଞ୍ଚ ଭାଗ୍ଯଲତା ବିଷୋୟୀ, ଅନ୍ତରପଡା ସରପଞ୍ଚ ବସନ୍ତ ଶତପଥୀ, ସମାଜସେବୀ କେ.ନୀଳମାଧବ ଆଚାରି, ସୁଶାନ୍ତ ସେଠୀ, ପ୍ରଶାନ୍ତ ପାତ୍ର, ଚୋରିଆ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ବିଷୋୟୀ, କାର୍ତ୍ତିକ ସାହାଣୀ ପ୍ରମୁଖ ଯୋଗଦେଇଥିଲେ। ହାଡୁ ପ୍ରଧାନ, ରାନୁ ଆଚାରୀ, ସଂଗ୍ରାମ ଗୁରୁ, ପ୍ରଣବ କିଶୋର ପ୍ରଧାନ, ଅନନ୍ତ ନାୟକ, କୃଷ୍ଣ ଡାକୁଆ, ସୁଶାନ୍ତ ପୋଲାଇ, କାହ୍ନୁ ଗୁରୁ ସମେତକ୍ରିକେଟ କ୍ଳବର ସମସ୍ତ ଯୁବକ ଉପସ୍ଥିତ ରହି ସହଯୋଗ କରିଥିଲେ। ଉଦଘାଟନୀ ମ୍ୟାଚ ବୁଗୁଡା ଟିମ ଓ ବାଲିପଦର ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବୁଗୁଡା ଟିମ ୬୮ ରନରେ ବିଜୟୀ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ