ସେକ୍ସିଏଷ୍ଟ ମ୍ୟାନ୍ ହ୍ରିତିକ୍‌

ହ୍ରିତିକ୍ ରୋଶନ୍‌ଙ୍କର ଫ୍ୟାନ୍ ଫଲୋଇଂ ବେଶ୍ ଅଧିକ । ତାଙ୍କ ଷ୍ଟାଇଲ୍‌, ଲୁକ୍ ଓ ଅନ୍ଦାଜରେ ସମସ୍ତେ ଫିଦା । କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଫ୍ୟାନ୍ ଫଲାଇଂ ବେଶ୍ ଭଲ ରହିଛି । ରିଛିଦିନ ପୂର୍ବେ ରିଲିଜ୍ ହୋଇଥିବା ତାଙ୍କ ବ୍ଲକବଷ୍ଟର ଫିଲ୍ମ ‘ୱାର’ ବକ୍ସ ଅଫିସରେ ଧୁମ୍ ମଚାଇଦେଇଛି । କିଛିଦିନ ପୂର୍ବରୁ ତାଙ୍କୁ ବିଶ୍ୱର ସବୁଠୁ ହ୍ୟାଣ୍ଡସମ୍ ମ୍ୟାନର ଟାଇଟଲ୍ ମିଳିଥିଲା । ତେବେ ବର୍ତ୍ତମାନ୍ ତାଙ୍କୁ ଆଉ ଏକ ନୂଆ ଟାଇଟଲ୍ ମିଳିଛି । ସୂଚନା ଅନୁଯାୟୀ ହ୍ରିତିକ୍ ରୋଶନ୍‌ଙ୍କୁ “ସେକ୍ସିଏଷ୍ଟ ଏସିଆନ୍ ମେଲ୍ ଅଫ୍ ଦି ୨୦୧୯’ର ଆୱାର୍ଡ ମିଳିଛି । ବ୍ରିଟିସ୍ ସାପ୍ତାହିକୀ “ଇଷ୍ଟର୍ନ ଆଇ’ ଦ୍ୱାରା ଜାରି କରାଯାଇଥିବା ୨୦୧୯ର “ସେକ୍ସିଏଷ୍ଟ ଏସିଆନ୍ ମେଲ୍‌’ ରାଙ୍କିଂରେ ହ୍ରିତିକ୍‌ଙ୍କ ନାଁ ସବୁଠୁ ଉପରେ ରହିଛି । ଏହାର ଚୟନ୍ ସାରା ଦୁନିଆର ଫ୍ୟାନମାନଙ୍କ ଭୋଟିଂ ଆଧାରରେ କରାଯାଇଛି । ହ୍ରିତିକ୍ କହିଛନ୍ତି, “ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ମୋତେ ଭାଟ୍ ଦେଇଛନ୍ତି । ମୁଁ କାହାକୁ ବି ତାଙ୍କ ଲୁକରୁ ଜଜ୍ କରେ ନାହିଁ । ତେଣୁ ମୁଁ ମଧ୍ୟ ନିଜ ଲୁକ୍ ଉପରେ ବିଶେଷ ଧ୍ୟାନ ଦିଏ ନାହିଁ । ମାତେ ବ୍ୟକ୍ତିର ଯାତ୍ରା ଓ କାହାଣୀ ହିଁ ଆକର୍ଷିତ କରିଥାଏ ।’ ତେବେ ଏହି ତାଲିକାରେ ଦ୍ୱିତୀୟ ନମ୍ବରରେ ପୂର୍ବଥରର ବିଜେତା ଶାହିଦ୍ କପୁର୍‌, ତୃତୀୟ ନମ୍ବରରେ ଟେଲି ଅଭିନେତା ଭିଭିୟାନ୍ ଡିସେନା ଓ ଚତୁର୍ଥ ନମ୍ବରରେ ଟାଇଗର୍ ଶ୍ରାଫ୍ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ