ଦିବ୍ୟାଙ୍ଗ ମେଧାବୀ ଛାତ୍ରଙ୍କୁ ଶିକ୍ଷା ସହାୟତା ରାଶି ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ସ୍ୱର୍ଗତ ପୋଷ୍ଟମାଷ୍ଟର ବ୍‌ୃନ୍ଦାବନ ଚୌଧୁରୀଙ୍କ ଦ୍ୱାଦଶାହ ତିଥିରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟୟନରତ ମେଧାବୀ ଦିବ୍ୟାଙ୍ଗ ଛାତ୍ର ବରଜ କୁମାର ଦାସଙ୍କୁ ଦଶ ହଜାର ଟଙ୍କାର ଶିକ୍ଷା ସହାୟତା ରାଶି ପ୍ରଦାନ କରାଯାଇଛି । ମାଧପୁର ସ୍ଥିତ ଅମର ଉଦ୍ୟାନ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱର୍ଗତ ବୃନ୍ଦାବନ ଚୌଧୁରୀଙ୍କ ସୁପୁତ୍ରୀ ମିନତୀ ଚୌଧୁରୀ, ସ୍ମୃତି ଚୌଧୁରୀ, ପ୍ରୀତି ଚୌଧୁରୀ, ଦିପ୍ତୀ ଚୌଧୁରୀ, ଆରତୀ ଚୌଧୁରୀ ଓ ପୁତ୍ରବଧୂ ଜୟନ୍ତୀ ଚୌଧୁରୀ ଓ ବନ୍ଦନା ଚୌଧୁରୀ ପ୍ରମୁଖ ସ୍ୱର୍ଗତ ଚୌଧୁରୀଙ୍କ ସ୍ମୃତିରେ ଏହି ସହାୟତା ରାଶି ପ୍ରଦାନ କରିବା ସହିତ ଦିବ୍ୟାଙ୍ଗ ଛାତ୍ର ବରଜର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ