ପ୍ରାଚୀ ପରିକ୍ରମା ପଦଯାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ନିମାପଡ଼ା, (ସନ୍ତୋଷ ଦାଶ):ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ଓ ପ୍ରାଚୀ ପରିକ୍ରମା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗତ ୧୦ ତାରିଖ ଠାରୁ ପ୍ରାଚୀ ଉପତ୍ୟକା ର ପ୍ରସିଦ୍ଧ ଅନ୍ଧ କପିଳେଶ୍ୱର ଶିବ ମନ୍ଦିର ଠାରୁ ଆରମ୍ଭ ହୋଇଥିବା ପ୍ରାଚୀ ପରିକ୍ରମା ପଦଯାତ୍ରା ପ୍ରାଚୀ ଓ କାଦୁଆ ନଦୀ ର ସଙ୍ଗମ ସ୍ଥଳ କେଳୁଣୀ ମୁହାଁଣ ଠାରେ ପହଞ୍ଚିବା ପରେ ସେଠାରୁ ମଙ୍ଗଳବାର ପ୍ରାତଃ ରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି। ପଦଯାତ୍ରୀ ମାନେ ଗୋ କର୍ଣ୍ଣେଶ୍ୱର ମନ୍ଦିର, ନିଆଳି ନୂଆଗାଁ ର ରାଧାକାନ୍ତ ମଠ, ଶୋଭନେଶ୍ୱର ଶିବ ମନ୍ଦିର, ବାବା ଆର୍ତ୍ତତ୍ରାଣ ଗାଦୀ, ମୁସିବାବା ମଠ, ଟୋଲା ର ରାମେଶ୍ୱର ଶିବ ମନ୍ଦିର, ଜଲାରପୁର ର ସୋମନାଥ ଶିବ ମନ୍ଦିର, ମାଧବ ଗ୍ରାମ ର ମାଧବାନନ୍ଦ ଜିୟୁ ମନ୍ଦିର , ପ୍ରଧାନସାହି ର କଥାକୁହା ମହାବୀର, ପିତାପଡା ର ଅଙ୍ଗେଶ୍ୱର ଶିବ ମନ୍ଦିର, ବେତେଣ୍ଡା, ନିଭରଣ ର ଗ୍ରାମେଶ୍ଵର ଶିବମନ୍ଦିର,କାକଟପୁର ର ପ୍ରସିଦ୍ଧ ମା ମଙ୍ଗଳା ଙ୍କ ମନ୍ଦିର ,ଦେଉଳି ମଠ, ସରିପୁର ଶ୍ରୀ ସୁଦର୍ଶନ ମନ୍ଦିର, ପ୍ରାଚୀ, କାଦୁଆ ନଦୀ ର ସଙ୍ଗମ ସ୍ଥଳ କେଳୁଣୀ ମୁହାଁଣ, କେଉଟଜଙ୍ଗା,ସିରେଇ, ତେନ୍ତୁଳିଆ ଆର୍ତ୍ତତ୍ରାଣ ଗାଦିବ୍ରହ୍ମ, ଆନନ୍ଦ ବଜାର ଜଗନ୍ନାଥ ମନ୍ଦିର, ଶଙ୍କରେଶ୍ୱର ଶିବ ମନ୍ଦିର, କୁଣ୍ଢେଇ ଶ୍ରୀ ରାମ ମନ୍ଦିର,ବାଲିସାହି, ଓଥକା ଶ୍ରୀରାମ ମନ୍ଦିର, ପାଣିଛତ୍ରର ରାମେଶ୍ଵର ଘାଟ ,ନୂଆହାଟ ର ନୂଆମଠ (ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ର), ଆଳୁଦଣ୍ଡାପାଟଣା ର ବାସୁଦେବ ମନ୍ଦିର, କ୍ଷୀରଗଛ ମଠ, ଅମରେଶ୍ୱର ମନ୍ଦିର, ଚାରିଛକ, ଶଙ୍ଖପଡ଼ା ଦଶହରା ପଡ଼ିଆ ଦେଇ ଆଜି ବୁଦ୍ଧିକେଶ୍ୱର ମନ୍ଦିର ଠାରେ ପଦଯାତ୍ରୀ ମାନେ ପହଞ୍ଚି ସେଠାରେ ବିଶ୍ରାମ ନେଇଛନ୍ତି। ପ୍ରାତଃ ରେ କ୍ଷୀର ଗଛ ମଠ ଠାରେ ଓ ସଂଧ୍ୟା ରେ ଅନ୍ତର୍ବେଦୀ ମଠ ଘାଟ ଠାରେ ପ୍ରାଚୀ ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ପଦଯାତ୍ରା ରେ ପରମହଂସ ପ୍ରଜ୍ଞାନାନନ୍ଦ ଗିରି ମହାରାଜ , କ୍ରିୟାଯୋଗ ଆଶ୍ରମ ର ସାଧୁ ଓ ବ୍ରହ୍ମଚାରିଙ୍କ ସହିତ ବହୁ ସନ୍ୟାସୀ, ଯୋଗୀ, ଶ୍ରଦ୍ଧାଳୁ, ଐତିହାସିକ, ଗବେଷକ, ପ୍ରାଚୀ ପ୍ରେମୀ, ବିଭିନ୍ନ ମଠ, ମନ୍ଦିର ର ପୂଜକ, ବାବାଜୀ ମାନେ ଯୋଗ ଦେଇଛନ୍ତି । ପଦଯାତ୍ରୀ ମାନଙ୍କୁ ଅମରେଶ୍ୱର,ତୁଳସୀପୁର, ଚାରିଛକ ଠାରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପଦଯାତ୍ରୀ ମାନେ ତୁଳସୀପୁରସ୍ଥିତ ଭେଙ୍କେଟେଶ୍ୱର ଘରୋଇ ବିଦ୍ୟାଳୟ କୁ ଗ୍ରସ୍ତ କରି କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ମିଠାଇ ବଣ୍ଟନ କରିଥିଲେ। ଚାରିଛକ ଠାରେ ଥିବା ଉତ୍କଳମଣି
ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ପଦଯାତ୍ରୀ ଦଳ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ