ମାରଣାସ୍ତ୍ର ଆକ୍ରମଣଦମ୍ପତି ଆହତ

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): କାକଟପୁର ଥାନା ଅଂଚଳରେ ଅପରାଧ।କାକଟପୁର ଥାନା ବାଉରିଆକଣ ଭଣ୍ଡାଘର ନିଛାଟିଆ ରାସ୍ତାରେ ଅନ୍ଧାର ସୁଯୋଗ ନେଇ ଦମ୍ପତିଙ୍କୁ ମାରଣାସ୍ତ୍ର ଆକ୍ରମଣ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ, ଅସ୍ତରଙ୍ଗ ବ୍ଲକ ଗୋପାଳପୁର ଗ୍ରାମର ଦମ୍ପତି ରବିବାର ସନ୍ଧ୍ୟା ୭.୩୦ରେ କାକଟପୁର ବଜାରରୁ ଘରକୁ ଫେରୁଥିଲେ। ବାଉରିଆକଣ ଭଣ୍ଡାଘର ରାସ୍ତାରେ ଘୁଟ୍ ଘୁଟ୍ ଅନ୍ଧାର ଥିବା ବେଳେ ଜଣେ ନିଶାସକ୍ତ ଯୁବକ ଚୋରି ଉଦ୍ଦେଶ୍ୟରେ ତାଙ୍କ ବାଇକ୍ ଅଟକାଇ ଧାରୁଆ ପନିକିରେ ଆକ୍ରମଣ କରିଥିଲା। ଫଳରେ ଦମ୍ପତି ରକ୍ତାକ୍ତ ହୋଇ ରାସ୍ତାରେ ପଡି ଯାଇଥିଲେ। କିନ୍ତୁ ଦମ୍ପତି ସାହସର ସହ ଆକ୍ରମଣକାରୀକୁ ଗାଡିରୁ ଓହ୍ଲାଇ କାବୁ କରି ରଖିଥିଲେ। ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚି ଯୁବକକୁ ଧରି କାକଟପୁର ପୋଲିସ ଜିମାରେ ଦେଇଥିଲେ। ପୋଲିସ ଆହତ ଦମ୍ପତି ଓ ଅଭିଯୁକ୍ତକୁ ମେଡିକାଲରେ ଭର୍ତି କରିଛି। ପାର୍ବଣ ପୂର୍ବରୁ ଏଭଳି ଘଟଣା ପୋଲିସ ପାଟ୍ରୋଲିଂ ଓ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ଥାନୀୟ ଲୋକେ ରାତିରେ ପାଟ୍ରୋଲିଂ ବଢାଇବାକୁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ