୧୨ ରୁ ଉର୍ଦ୍ଧ ଦୋକାନୀରୁ ଚୋରି ଘଟଣାରେ ଟେର ପାଇଛି ପୁଲିସ ୫ ଜଣ ଅଟକ
ଛତ୍ରପୁର, (ଦେବଦତ୍ତ ମହାରଣା):ଗୋଟିଏ ରାତିରେ ୧୨ରୁ ଉର୍ଦ୍ଧ ଦୋକାନୀରେ ଚୋରି ହୋଇଥିବା ଘଟଣାର ଲୁଟେରାଙ୍କ ଟେର ପାଇଛି ଛତ୍ରପୁର ପୁଲିସ । ଆଜି ଏକ ଚା ଦୋକାନୀ ସନ୍ଦେହରେ ଚୋରୀ କରିଥିବା ଲୁଟେରଙ୍କୁ ଧରିବା ପାଇଁ ଚେଷ୍ଟା କରିବା ସମୟରେ ତାଠାରୁ ଫେରାର ହୋଇଯାଇଥିଲା । ପରେ ଏହି ବିଷୟରେ ପୁଲିସ ଆଗରେ କହିବାପରେ ଛତ୍ରପୁର ପୁଲିସ ଅଧିକାରୀ ତୁରନ୍ତ ଆସି ଉକ୍ତ ଲୁଟେରାକୁ ଧରିବା ସହ ଥାନାକୁ ଆଣି ସମସ୍ତ ଘଟଣା ସଂପର୍କରେ ପଚାରିଥିଲା । ପରେ ଲୁଟେରା ଜଣକୁ ସମସ୍ତ ଘଟଣା ସଂପର୍କରେ କହିବା ସହ ଏଥିରେ ଆହୁରି ୬ ରୁ ୭ ଜଣ ସାମିଲଥିବା କହିଥିଲା । ପରେ ପୁଲିସ ସଂପୃକ୍ତ ଥିବା ୪ରୁ ୫ ଜଣକୁ ପୁଲିସ ଧରିଛି । ଆହୁରି କିଛି ଲୋକ ସଂପୃକ୍ତ ଥିବାରୁ ପୁଲିସ ଘଟଣା ସଂପର୍କରେ ମୁହଁ ଖୋଲିନଥିବା ବେଳେ ଏହି ଘଟଣାର ଖୁବ ଶ୍ରୀଘ ପର୍ଦ୍ଦାଫାସ କରିବ ପୁଲିସ । ସୂଚନା ଥାଉକି ଚଳିତ ମାସ ୧୭ ତାରିଖ ରାତ୍ରରେ ବସଷ୍ଟାଣ୍ଡ ନିକଟ ଲକ୍ଷ୍ମୀ କମ୍ପେଲ୍ସ ରେ ଥିବା ସମସ୍ତ ଦୋକାନ ସମେତ ତାର ନିକଟରେ ଥିବା ଅନ୍ୟ ପନିପରିବା,ହୋଟେଲ,ଚା ଓ ପାନ ଦୋକାନରୁ ମଧ୍ୟ ତାଲା ଭାଙ୍ଗି ୧୨ ରୁ ଅଧିକ ଦୋକାନରୁ ଚୋରି ହୋଇଥିଲା । ପରେ ଛତ୍ରପୁର ଥାନାରେ ଚୋରି ହୋଇଥିବା ଦୋକାନୀ ମାଲିକ ମାନେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ଥାନାରେ ୧୩୨/୨୩ ମାମଲା ରୁଜୁ ହେବା ସହ ଘଟଣା ସ୍ଥଳକୁ ଛତ୍ରପୁର ଏସଡିପିଓ ଗୈାତମ କିଷାନଙ୍କ ଅନ୍ୟ ପୁଲିସ ଅଧିକାରୀ ଓ ସନ୍ଧାନୀ କୁକୁର ମାଧ୍ୟମରେ ତଦନ୍ତ କରି ଫେରିଥିଲେ ।