ଶିଶୁ ଅଧିକାର ସମ୍ବନ୍ଧୀୟ ସଚେତନତା ସଭା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନ ପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଶିଶୁ ଅଧିକାର ସମ୍ବନ୍ଧିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭାତ୍ରା ଅତିଥିଭାବେ ଯୋଗଦେଇ ସୁସ୍ଥ ଶିଶୁ ଗଠନ ହେଲେ ସୁସ୍ଥ ସମାଜ ଗଠନ ହେବ ବୋଲି ମତ ପ୍ରକାଶ କରିବା ସହ ବାଲ୍ୟ ବିବାହ , ଶିଶୁ ଯୌନ ଓ ଶାରୀରିକ ନିର୍ଯ୍ୟାତନା ବିରୋଧରେ ରହିଥିବା ବିଭିନ୍ନ ଆଇନ ସମ୍ପର୍କରେ ସଚେତନ କରାଇଥିଲେ। ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଡ .କିରଣ କୁମାର ପଣ୍ଡିତ କିଭଳି ଭାବେ ଶିଶୁ ନିଜେ ନିରାପଦ ରହି ସମାଜ ଗଠନରେ ସହାୟକ ହେବ ସେ ନେଇ ବୁଝାଇଥିଲେ । ସେହିପରି ଦିଗପହଣ୍ଡି ଏବିଇଓ ରସାନନ୍ଦ ଘଡେଇ ଶିଶୁ ମାନଙ୍କ ଶିକ୍ଷା ଅଧିକାର ସମ୍ବନ୍ଧରେ ବାର୍ତ୍ତା ପ୍ରଦାନ କରିଥିଲେ। ଏଥିସହ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିବରାମ ପ୍ରଧାନ ମାତା ପିତା ସଚେତନ ହେଲେ ହିଁ ନିଜ ନିଜ ଶିଶୁ ମାନଙ୍କୁ ସଚେତନ କରିପାରିବେ ଓ ଏହା ସମାଜ ଉପରେ ପ୍ରଭାବ ପକାଇପାରିବ ବୋଲି କହିଥିଲେ । ଏହି ସଭାରେ ତେଜେଶ୍ୱର ପ୍ରଧାନ , ମୁରଲୀଧର ପ୍ରଧାନ , ପୂର୍ଣ୍ଣଚନ୍ଦ୍ର ପ୍ରଧାନ , ଶ୍ୟାମଘନ ପ୍ରଧାନ, ସଂଗୀତା ବେହେରା , ଶିଳ୍ପା ପ୍ରଧାନ , ପ୍ରତିମା ପ୍ରଧାନ, ନମିତା ପ୍ରଧାନ, ସନ୍ତୋଷୀ ପ୍ରଧାନ, ଲିଲି ପ୍ରଧାନ, ସବିତା ପ୍ରଧାନ, ରଶ୍ମିତା ବେହେରା, ନାଚି ପାତ୍ର ସରସ୍ବତୀ ପ୍ରଧାନଙ୍କ ସମେତ ବହୁ ଅଭିଭାବକ ଅଭିଭାବିକା ଅଂଶ ଗ୍ରହଣ କରି ନିଜ ନିଜ ମତ ପ୍ରକାଶ କରିଥିଲେ । ଶିକ୍ଷୟତ୍ରୀ ଜ୍ୟୋତି ମହାରଣା,ଶିକ୍ଷକ ନରେନ୍ଦ୍ର ସାହୁ , ସୌମ୍ୟ ରଞ୍ଜନ ପ୍ରଧାନ ଓ ରାମଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ


