ଚାଷ ଜମିରେ ମୁଗ ଗଛ ଉପୁଡ଼ା କୁ କେନ୍ଦ୍ରକରି ଆକ୍ରମଣ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ମୌଳାଭଞ୍ଜା ଗ୍ରାମରେ ପଞ୍ଚାନନ ଗୌଡ଼ ଏବଂ ଧନୁ ଗୌଡ଼ ଦୁଇ ପରିବାର ମଧ୍ୟରେ ଆକ୍ରମଣ – ପ୍ରତି ଆକ୍ରମଣ ଘଟିଛି।ଚାଷ ଜମିରେ ମୁଗ ଗଛ ଉପୁଡା କୁ କେନ୍ଦ୍ର କରି ଉଭୟ ପରିବାର ସଦସ୍ୟ ଙ୍କ ମଧ୍ୟରେ କଥା କଟା କଟି ରୁ ଗୁରୁବାର ସକାଳ ପ୍ରାୟ ୯ ଟା ରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ପରିବାର ସଦସ୍ୟା ସଦସ୍ୟ ଆହାତ ହୋଇଛନ୍ତି।ଏନେଇ ଉଭୟ ପରିବାର ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଶୁକ୍ରବାର ଏତଲା କୁ ଭିତ୍ତି କରି ପୋଲିସ ଥାନା ମାମଲା ନଂ.୯୨/୨୩ ଏବଂ ୯୩/୨୩ ପୃଥକ ମକଦ୍ଦମା ରୁଜୁକରି ତଦନ୍ତ ଚଳାଇଛନ୍ତି।


