ଫାସିବନ୍ଧ ଗାଁ ରେ କୁଆ ମଡକ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା ପଞ୍ଚାୟତ ଅନ୍ତର୍ଗତ ଫାସିବନ୍ଧ ଗ୍ରାମରେ ଶୁକ୍ରବାର ସକାଳେ କୁଆ ମଡ଼କ ଦେଖିବାକୁ ମିଳିଛି । ଗତ ୨ ଦିନ ମଧ୍ୟରେ ଗ୍ରାମର ବିଭିନ୍ନ ସ୍ଥାନରେ ଅର୍ଥାତ୍ ଗ୍ରାମ ର ଆରମ୍ଭ ରୁ ଶେଷ ମୁଣ୍ଡ ଯାଏଁ ୨୫ ରୁ ୩୦ କୁଆ ମରି ପଡିଥିବାର ଗ୍ରାମବାସୀ ଙ୍କ ନଜର କୁ ଆସିଥିଲା । କୁଆ ମରିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଦୁର୍ଗନ୍ଧରେ ଫାଟି ପଡୁଛି ପୂରା ଗାଁ । ଖବର ପ୍ରଚାରିତ ହେବା ପରେ ଭୀଷ୍ମ ଗିରି ପ୍ରାଣୀ ଚିକିତ୍ସକ ଏବଂ ତାଙ୍କ ଟିମ୍  ଗ୍ରାମରେ ପହଞ୍ଚି ଏନେଇ ବହୁ ସଂଖ୍ୟକ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ସ୍ଥିତି ଅନୁଧ୍ୟାନ କରି କିଛି କୁଆ ଙ୍କ ଦେହାବଶେଷ ସଂଗ୍ରହ କରି ଫେରିଛନ୍ତି । ବହୁ ସଂଖ୍ୟକ କୁଆ ଆକସ୍ମିକ ଭାବେ ମରିବା ଏକ ସଂକ୍ରାମକ ରୋଗ ନା ବିଷ ପ୍ରକ୍ରିୟା ଜନିତ ବୋଲି ସନ୍ଦେହ କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଗ୍ରାମବାସୀଙ୍କ ଉପସ୍ଥିତିରେ ମୃତ କୁଆ ଗୁଡ଼ିକୁ ଏକାଠି କରାଯାଇ ପୋତି ଦିଆଯାଇଥିବା ବେଳେ ମୃତ କୁଆ ଙ୍କ ବ୍ୟବଚ୍ଛେଦ  ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପ୍ରାଣୀ ଚିକିତ୍ସକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ