ଉକ୍ରଳ ଗୌରବ ଇଣ୍ଟରନେସନାଲ ସ୍କୁଲର ନୁତନ ବିଲଡିଂକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ପଞ୍ଚାୟତର ବେରୁଣପଦି ଗ୍ରାମରେ ଥିବା ଉକ୍ରଳ ଗୌରବ ଇଣ୍ଟରନେସନାଲ ସ୍କୁଲର ନୁତନ ବିଲଡିଂକୁ ଆସନ୍ତା ୪ତାରିଖ ଦିନ ୧୧ଟାବେଳେ ଭରଚୁଆଲ ମୁଡରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ବୋଲି ଜଣାଯାିଛି । ଏଥିପାଇଁ ସ୍କୁଲ ତରଫରୁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅନେକ ସାଂସଦ ଓ ବିଧାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ସ୍କୁଲ ପକ୍ଷରୁ ସୁଚନା ଦିଆଯାଇଛି । ଏଥିପାଇଁ ଗତକାଲି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ବିଡିଓ ସୁଶ୍ରୀ ବିନିତା ବିଜୟିନୀ ପ୍ରମୁଖ ବିଦ୍ୟାଳୟ ପରିଦର୍ଶନ କରି ସମସ୍ତ କାର୍ଯ୍ୟକ୍ରମର ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ସ୍କୁଲ କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ