ସାପ କାମୁଡାରେ ମହିଳା ମୃତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଶୁକ୍ରବାର ଅପରାହ୍ନରେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମରେ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମର ଗୋଲାପ ପୋଲୋଇ (୫୫) । ଏନେଇ ହିଞ୍ଜିଳି ଥାନାରେ କେସ ନଂ-୩/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ମୃତଦେହକୁ ଜବତ କରିଛି । ଶନିବାର ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯିବ ବୋଲି ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।ପ୍ରକାଶ ଯେ, ଶୁକ୍ରବାର ଅପରାହ୍ନରେ ମହିଳା ଜଣଙ୍କ ମୁଗ ଫସଲକୁ ଯାଇଥିବା ସମୟରେ ଏକ ବିଷଧର ସାପ କାମୁଡି ଦେଇଥିଲା । ସାପ କାମୁଡାରେ ମହିଳା ଜଣଙ୍କ ଚିତ୍କାର କରିବାରୁ ପରିବାର ସଦସ୍ୟ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ସମୟରେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପକ୍ଷରେ ଦୀର୍ଘ ସମୟ ଧରି ରୋଗୀଙ୍କ ଚିକିତ୍ସା କରାନଯିବାରୁ ମହିଳାଙ୍କ ମୃତ୍ୟୁ ଘଟିଛି ବୋଲି ମୃତକାଙ୍କ ଭାଇ ବଂଶୀଧର ଅଭିଯୋଗ କରିଛନ୍ତି । ଚିକିତ୍ସା ଅଭାବରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗକରି ମୃତକାଙ୍କ ସର୍ମ୍ପକୀୟଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ହିଞ୍ଜିଳି ପୁଲିସ ଚିକିତ୍ସାଳୟରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏ ନେଇ ମେଡିକାଲ ଭାରପ୍ରାପ୍ତ ଅଧିକ୍ଷକ ଡାକ୍‌ତର ଗପ୍ରତିଭାପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି ରୋଗୀ ଆସିବାପରେ ତାଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ