ସାରା ଓଡ଼ିଶାରେ ବ୍ୟବସାୟ ଭିତ୍ତିଭୂମି ଏବଂ ବ୍ୟବସାୟୀ ଓ ସେମାନଙ୍କର ପରିବାରବର୍ଗଙ୍କ ଧନ ଜୀବନ ଓ ମର୍ଯ୍ୟାଦାର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାରା ଓଡ଼ିଶାର ବ୍ୟବସାୟୀ ଭାଇ ଭଉଣୀ ଓ ସେମାନଙ୍କର ପରିବାରବର୍ଗଙ୍କର ଧନ, ଜୀବନ ଓ ମର୍ଯ୍ୟାଦାର ଶତ ପ୍ରତିଶତ ସୁରକ୍ଷା ପାଇଁ ଏବଂ ବ୍ୟବସାୟରେ ସ୍ୱତନ୍ତ୍ର ଲାଭ ଗ୍ୟାରେଣ୍ଟି ସ୍କିମ୍ କାର୍ଯ୍ୟକାରୀ କରିବା ପାଇଁ ଇଣ୍ଡିଆନ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ହେବାକୁ ଥିବା ପଦଯାତ୍ରାରେ ଯୋଗ ଦେବାକୁ ଏବଂ ପଦଯାତ୍ରାକୁ ସଫଳ କରିବା ପାଇଁ ନିବେଦନ ।ବିଗତ ଦୀର୍ଘ ଦୁଇଦଶନ୍ଧିରୁ ଉର୍ଦ୍ଧ୍ୱ ଓଡ଼ିଶାର ବ୍ୟବସାୟୀ ଭାଇଭଉଣୀମାନେ ଅବହେଳିତ, ନିଷ୍ପେସିତ ଏବଂ ନିର୍ଯ୍ୟାତିତ । ବ୍ୟବସାୟ ପ୍ରତିଷ୍ଠାନ ଏବଂ ବ୍ୟବସାୟୀ ମାନଙ୍କ ଉପରେ ସରକାର ଏବଂ ଅସାମାଜିକ ବ୍ୟକ୍ତିମାନେ ଚଢଉ କରିବା ସହିତ ମରଣାନ୍ତକ ଆକ୍ରମଣ କରି ଚାଲିଛନ୍ତି । ବ୍ୟବସାୟୀମାନଙ୍କୁ ଗୁଳି କରିବା ସହିତ ବ୍ୟବସାୟୀ ମାନଙ୍କୁ ଅପହରଣ କରି ନିଆଯାଉଛି । ଓଡ଼ିଶାରେ ବ୍ୟବସାୟରେ ଉନ୍ନତି ପାଇଁ ବ୍ୟବସାୟ ଭିତ୍ତିଭୂମି ସୃଷ୍ଟି ହୋଇପାରିଲେ ଏବଂ ସରକାର ବ୍ୟବସାୟୀ ଭାଇ ଭଉଣୀ ଏବଂ ସେମାନଙ୍କର ପରିବାରବର୍ଗଙ୍କ ଧନ ଜୀବନ ଓ ମର୍ଯ୍ୟାଦା ରକ୍ଷା ପାଇଁ ଶତ ପ୍ରତିଶତ ସୁରକ୍ଷା ଗ୍ୟାରେଣ୍ଟି ଯୋଜନା କାର୍ଯ୍ୟକାରୀ କଲେ ଓଡ଼ିଶା ଋଣମୁକ୍ତ ହେବା ସହ ଓଡ଼ିଶାବାସୀଙ୍କର ମୁଣ୍ଡପିଛା ଆୟ ବୃଦ୍ଧି ପାଇପାରିବ । ତେଣୁ ସାରା ଓଡ଼ିଶାରେ ବ୍ୟବସାୟ ଭିତ୍ତିଭୂମି ନିର୍ମାଣ କରିବା, ବ୍ୟବସାୟୀ ଏବଂ ସେମାନଙ୍କ ପରିବାବର୍ଗଙ୍କ ଧନ, ଜୀବନ ଓ ମର୍ଯ୍ୟାଦାର ଶତ ପ୍ରତିଶତ ସୁରକ୍ଷା ଗ୍ୟାରେଣ୍ଟି ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିବା, ବ୍ୟବସାୟୀମାନଙ୍କୁ ଆବଶ୍ୟକୀୟ ବ୍ୟବସାୟ ଗୃହ, ଗୋଦାମ ଗୃହ ଏବଂ ବ୍ୟାଙ୍କ ଋଣ ଯୋଗାଇଦେବା, ବ୍ୟବସାୟୀମାନଙ୍କର ପୁଅଝିଅମାନଙ୍କୁ ସେମାନଙ୍କ ମନୋନୀତ ବିଷୟରେ ପାଠ ପଢିବାର ସୁଯୋଗ ଦେବା ପାଇଁ ଏବଂ ବ୍ୟବସାୟୀମାନେ ସେମାନଙ୍କର ପୁଅଝିଅମାନଙ୍କ ଧନ, ଜୀବନ ଓ ମର୍ଯ୍ୟାଦାର ଶତ ପ୍ରତିଶତ ସୁରକ୍ଷା ଦେବାକୁ ଇଣ୍ଡିଆନ ସିଟିଜେନସ୍ ପାର୍ଟି ସଭାପତି ଶ୍ରୀ ରମେଶ ଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ସାରା ଓଡ଼ିଶାରେ ପଦଯାତ୍ରା ଓ ରାଲି କରିବାର ପ୍ରସ୍ତୁତି କରୁଛନ୍ତି । ସାରା ଓଡ଼ିଶାର ବ୍ୟବସାୟୀ ଭାଇ ଭଉଣୀ ମାନେ ଏବଂ ସେମାନଙ୍କର ପରିବାରବର୍ଗ ପଦଯାତ୍ରା ଓ ରାଲିରେ ଯୋଗ ଦେବା ସହିତ ସାରା ଓଡ଼ିଶାରେ ପଦଯାତ୍ରାକୁ ସଫଳ କରିବା ପାଇଁ ପାର୍ଟି ପକ୍ଷରୁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ