କେନ୍ଦୁଝର ଜିଲ୍ଲା ବିଜେଡି ଉପସଭାପତି ଭାବେ ମନୋନୀତ ହେଲେ ରତିକାନ୍ତ ରାଉତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଗାମୀ ସାଧାରଣ ନିର୍ବାଚନ ପୁର୍ବରୁ କେନ୍ଦୁଝର ଜିଲ୍ଲାରେ ବିଜେଡି ଦଳର ସାଂଗଠନିକ ସ୍ଥରରେ ଅଦଳ ବଦଳ କରାଯାଇ ନୁତନ କାର୍ଯ୍ୟକାରିଣୀ କମିଟି ଗଠନ କରାଯାିଛି । ୩ବର୍ଷ ପାଇଁ ଗଠନ କରାଯାଇଥିବା ଏହି କମିଟିରେ ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ରତିକାନ୍ତ ରାଉତ ଜିଲ୍ଲା ବିଜେଡି ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ତାଙ୍କୁ ଏହି ପଦବି ମିଳିବାପରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ରତିକାନ୍ତ ରାଉତ ପୁର୍ବରୁ ହାଟଡିହି ବ୍ଲକର ସଂସାଦ ପ୍ରତିନିଧି ଭାବେ କାର୍ଯ୍ୟକରିଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା । ସେ ବଞ୍ଚୋ ପଞ୍ଚାୟତରୁ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ ଆସିବାପରେ ହାଟଡିହି ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରିଆସୁଛନ୍ତି । ସେ ଜଣେ ପରୋପକାରୀ, ମିଷ୍ଠଭାଷି ଓ ଦକ୍ଷ ସଂଗଠକ ଭାବରେ ପରିଚିତ । ତାଙ୍କୁ ପୁନର୍ବାର ଦଳିୟ ସଂଗଠନ ଦାୟିତ୍ୱ ଦିଆଯାଇଥିବାରୁ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ, ପୁର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଓ ଜିଲ୍ଲା ସଭାପତି ମାଧବ ସର୍ଦ୍ଦାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ତାଙ୍କୁ ଏହି ପଦବି ମିଳିବାପରେ ଆନନ୍ଦପୁର ଓ ହାଟଡିହି ଅଞ୍ଚର ବହୁ ଶୁଭେଚ୍ଛୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜରାଇଛନ୍ତି ।


