କେନ୍ଦ୍ରାପଡାରେ ସରକାରେ ଦୋ- ଆଲମ କନଫରେନ୍ସ ଉଦଯାପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ଇଦଘା ରୋଡରେ ତନଜିମେ -ଇମାମ -ଅହମ୍ମଦ ରଜା କମିଟି ପକ୍ଷରୁ ହଜରତ ଅଲହାଜ ହାଫିଜ ମହମ୍ମଦ କମାଲୁଦ୍ଦିନ ହବିବିଙ୍କ ସଭାପତିତ୍ୱରେ ଏକ ଦୁଇଦିନିଆ ବିଶାଳ ସୁନ୍ନି ସମାବେଶ ଅନୁଷ୍ଠିିିିତ ହୋଇଯାଇଛି । ଏହି ସମାବେଶରେ ବରେଲୀ ଶରିଫର ପିରେ ତରିକତ ହଜରତ ମୁଫତି ସଗିର ଅହମ୍ମଦ ଜୋଖନପୁରୀ ସାହାବ, ବିହାର ନାନପୁରର ହଜରତ ମୈାଲାନା ପ୍ରଫେସର ଅଝହରୁଲ କାଦିରୀ ଚର୍ତୁବେଦୀ ସାହାବ, ବରେଲୀ ଶରିଫର ହଜରତ ଅଲ୍ଲାମା ମୈାଲାନା ଫୁରକାନ ରଜା ମନଝରୀ ସାହାବ, ହଜରତ ମୈାଲାନା ସୟଦ ସାଗିଲ ଇମାମ କାଦରୀ ସାହାବ, ଜନାବ ମୁଫତି ମୁଶରଫ ରଜା ମିସବାହୀ ସାହାବ, ମୈାଲାନା ଗୁଲାମ ମହମ୍ମଦ ଅସରଫୀ ସାହାବ, ଜଗତସିଂହପୁରର ନିକବେ ହିନ୍ଦୁସ୍ଥାନ ଜନାବକାରୀ ଆଲାମଗିର ସାହାବ ରଦୱୀ ଓ ଝାଡଖଣ୍ଡର ସାୟରେ ଇସଲାମ ହଜରତ ଜନାବକାରୀ ଜୁନେଦଜାମି ସାହାବ ଏବଂ ଜନାବ ଅଖତର କାଶିଫ ସାହାବ ପ୍ରମୁଖ ଭାରତର ପ୍ରସିଦ୍ଧ ମୈାଲାନା ଓ ସାୟରମାନେ ଯୋଗଦେଇ ହଜରତ ମହମ୍ମଦ ସଲ୍ଲଲାହୋ ଅଲ୍ଲୈହ ଓ ସଲ୍ଲମଙ୍କ ଆଦର୍ଶବାଣୀ, ନମାଜ ପାଠ, ମା,ବାପାଙ୍କ ସେବା, ଦେଶର ଏକତା ଏବଂ ଅଖଣ୍ଡତା ଓ ଭାଇଚାରା ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହି ସମାବେଶରେ କେନ୍ଦ୍ରାପଡା ସହର ଏବଂ ଆଖପାଖ ଅଞ୍ଚଳରରୁ ୧୦ହଜାରରୁ ଅଧିକ ଲୋକ ଯୋଗଦେଇଥିଲେ । ସୟଦ ନୁରୁଦ୍ଦିନ, ସେକ ତଜମୁଲ ହୋସେନ, ଗୟାସୁଦ୍ଦିନ ଖାଁ, ହାଜି ମହମ୍ମଦ ଫାରୁକ, ହାଜି ସୟଦ ଅହେସାନ ଅଲ୍ଲୀ, ମୁକ୍ତାର ଖାଁ, ସେକ ଗୟାସୁଦ୍ଦିନ, କାଲୋ, ଟିକି, ଯହିରି, ସେକ ମୋଦସିର ହୋସେନ, ହସମତ ଖାଁ, ସେକ ତାଲିବ, ସୁନ୍ନି ନଜୱାନ କମିଟି, ଖାକ ସାରାନେ ହକ ଅଲ ଇଣ୍ଡିଆ କମିଟିଙ୍କ ଦ୍ୱାରା ଏହି ବିଶାଳ ସମାବେଶ ପରିଚାଳିତ ହୋଇଥିଲା । ଏଥିରେ ସହଯୋଗ କରିଥିବାରୁ ପୋଲିସ ଓ ପ୍ରଶାସନକୁ ତନଜିମେ -ଇମାମ -ଅହମ୍ମଦ ରଜା କମିଟି ପକ୍ଷରୁ କୃତଜ୍ଞତା ଅର୍ପଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ