କେନ୍ଦ୍ରାପଡାରେ ଅଧିବକ୍ତା ପରିଷଦର ପ୍ରତିଷ୍ଠା ଦିବସ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଓଡ଼ିଶା ଅଧିବକ୍ତା ପରିଷଦର କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ପରିଷଦର ୩୫ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ତିନିମୁହାଣିସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି। ଏହି ସମାରୋହରେ ସମ୍ପାଦକ ସମର କେଶରୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ବାର୍ଷିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର.ଏସ.ଏସ.)ର ଓଡ଼ିଶା ପୂର୍ବ ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ବିଶ୍ୱମ୍ଭର ପାଣି ଯୋଗଦେଇ ଉପସ୍ଥିତ ଅଧିବକ୍ତାମାନଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, “ପୂଜ୍ୟ ଦତ୍ତୋପନ୍ତ ଠେଙ୍ଗଡ଼ୀଜୀଙ୍କ ମାର୍ଗଦର୍ଶନ ତଥା ଜଷ୍ଟିସ୍ ଏମ୍‌. ରାମା ଜୋଇସ୍ ଏବଂ ଜଷ୍ଟିସ୍ ଏଚ୍‌. ଆର୍ତ୍ତ ଖାନ୍ନାଙ୍କ ଭଳି ବିଶିଷ୍ଟ ନ୍ୟାୟବିଦ୍‌ମାନଙ୍କ ପ୍ରେରଣାରେ ୧୯୯୨ ମସିହାରେ ଅଖିଳ ଭାରତୀୟ ଅଧିବକ୍ତା ପରିଷଦର ପ୍ରତିଷ୍ଠା ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଆବଶ୍ୟକତା ଭାବେ ହୋଇଥିଲା।’ ଜିଲ୍ଲା ସଭାପତି ବିଭୂତି ଭୂଷଣ କର କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଥିଲେ ଯେ “ଓକିଲାତି କେବଳ ଅର୍ଥ ଉପାର୍ଜନର ବୃତ୍ତି ନୁହେଁ, ବରଂ ଏହା ଏକ ପବିତ୍ର ସମାଜସେବା। ଭାରତୀୟ ନ୍ୟାୟଦର୍ଶନର ପୁନରୁତ୍ଥାନ କରିବା ସହ ସମାଜର ଧାଡ଼ିର ଶେଷ ଭାଗରେ ଥିବା ବ୍ୟକ୍ତି ପାଖରେ ସୁଲଭ ଓ ତ୍ୱରିତ ନ୍ୟାୟ ପହଞ୍ଚାଇବା ଆମ ସମସ୍ତଙ୍କର ମୂଳ ସଂକଳ୍ପ ହେବା ଉଚିତ। ଏହି ଅବସରରେ (ଜି.ପି.) ତଥା ପରିଷଦର ପୂର୍ବତନ ସଭାପତି ବୈଦ୍ୟନାଥ ଚାଟ୍ଟାର୍ଜୀ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହି ନିଜର ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗ ସତ୍ତ୍ୱେ ଜିଲ୍ଲାର ବରିଷ୍ଠ ସରକାରୀ ଓକିଲଙ୍କ ସମେତ ୯୫ରୁ ଊର୍ଦ୍ଧ୍ୱ ଆଇନଜୀବୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ। ଶେଷରେ ବିରଞ୍ଚି ନାରାୟଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ