ଚାଷ ଜମିରେ କୋଠାଘର ନିର୍ମାଣ : ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରୁନାହାନ୍ତି ତହସିଲଦାର
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): ଏକ ଚାଷ ଜମିରେ କୋଠାଘର ନିର୍ମାଣକୁ ବନ୍ଦ କରାଯିବାକୁ ନେଇ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନାହାନ୍ତି କେନ୍ଦ୍ରାପଡା ତହସିଲଦାର। ଏନେଇ ଅଭିଯୋଗକାରୀ କଳ୍ପତରୁ ନାୟକ କେନ୍ଦ୍ରାପଡା ଜିଲ୍ଲାପାଳ ଓ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ତହସିଲ ଅଧିନ ବଗଡା ରାଜସ୍ୱ ସର୍କଲର କଚେରିପଡା ମୈାଜାରେ ଥିବା ଖାତା ନଂ- ୯୬୫/୯୬, ପ୍ଲଟ ନଂ-୨୮୮୬ ,ଏରିଆ ଏ୦.୭୧ଡିସିମିଲ ଶାରଦ କିଷମ ଜମି ଉପରେ ମନୋହର ବେହେରା କୋଠାଘର ନିର୍ମାଣ କରୁଛନ୍ତି। ସେହି ଜମି ପାଶ୍ୱର୍ରେ ଥିବା ଚାଷଜମିର ମାଲିକ କଳ୍ପତରୁ ନାୟକ ସେହି କୋଠାଘର ନିର୍ମାଣକୁ ବନ୍ଦ କରିବା ପାଇଁ କେନ୍ଦ୍ରାପଡା ତହସିଲଦାରଙ୍କୁ ଜଣାଇଥିଲେବି କୈାଣସି ସୁଫଳ ନମିଳିବାରୁ ସେ ବାଧ୍ୟ ହୋଇ ଓଡିଶା ଉଚ୍ଚ ନ୍ୟାୟାଳୟରେ ଡବ୍ଲୁପିସିନଂ- ୨୦୯୭/୨୦୨୬ରେ ଏକ ମାମଲା ଦାୟର କରିଥିଲେ। ସେହି ମାମଲାର ବିଚାରକରି ଓଡିଶା ଉଚ୍ଚ ନ୍ୟାୟାଳୟ ତା ୨୭.୦୧.୨୦୨୬ରିଖରେ କେନ୍ଦ୍ରାପଡା ତହସିଲଦାରଙ୍କୁ ଉକ୍ତ ନିର୍ଦ୍ଦେଶ ପ୍ରାପ୍ତ ହେବାର ୪ସପ୍ତାହ ମଧ୍ୟରେ ଆଇନାନୁମୋଦିତ ଭାବେ ଆବେଦନକାରୀଙ୍କ ଦରଖାସ୍ତର ଶୁଣାଣି କରି ନିଷ୍ପତ୍ତି ଗ୍ରହଣ କରିବାସହ ଚାଷଜମି ଉପରେ ଚାଲିଥିବା ବେଆଇନ କୋଠାଘର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଅଦ୍ୟାବଧି କେନ୍ଦ୍ରାପଡା ତହସିଲଦାର କୁଇନି ଜେନା ହାଇକୋର୍ଟଙ୍କ ଉପରୋକ୍ତ ନିର୍ଦ୍ଦେଶକୁ ପାଳନ କରିନଥିବା ଅଭିଯୋଗକାରୀ କଳ୍ପତରୁ ନାୟକ କେନ୍ଦ୍ରାପଡା ଜିଲ୍ଲାପାଳ ଓ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି।


