ବିଭିନ୍ନ ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କୁ ଭେଟିଲେ ଦାରିଙ୍ଗବାଡି ସରପଂଚ ସଂଘ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଦାରିଙ୍ଗବାଡି ବ୍ଲକ ସରପଂଚ ସଂଘ ବାଲିଗୁଡା ଉପଜିଲ୍ଲାପାଳଏମ ମଧୁମିତାଙ୍କୁ ବାଲିଗୁଡା କାର୍ଯ୍ୟାଳୟରେ ଭେଟି ଏକ ଲିଖିତ ଦାବୀପତ୍ର ଦେଇଛନ୍ତିି । ଏହି ଦାବୀପତ୍ରରେ ଆଠଗୋଟି ଦାବୀ ରଖିଛନ୍ତି ସେଗୁଡିକ ହେଲା –ବାର୍ଦ୍ଦକ୍ୟ ଭତା ଓ ବିକଳଙ୍ଗ ଭତା ୭୦ ବର୍ଷରୁ ଉର୍ଦ୍ଦ ବ୍ୟାକ୍ତିଙ୍କୁ ଏକାଉଣ୍ଟରେ ନଦେଇ ହାତରେ ଜମା ଦିଅନ୍ତୁ । ପ୍ରତ୍ୟେକମାସ ୧୫ ତାରିଖରେ ଭତା ବଣ୍ଟନ ବ୍ୟବସ୍ତା କରିବାକୁ ଅନୁରୋଧ ।ଦାରିଙ୍ଗବାଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପ୍ରସ୍ତୁତି ମା ମାନଙ୍କ ନିମନ୍ତେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି । ଉପସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କ ନିୟମତା ଭାବରେ ସୁପରିଚାଳନା । ବସୁଧା ଜଳ ଯୋଗାଣ କାର୍ଯ୍ୟରତ କାର୍ଯ୍ୟଗୁଡିକ ତ୍ୱରାନିତ କରି ସମାପ୍ତି କରାଯାଉ । ଦାରିଙ୍ଗବାଡି ବ୍ଲକରେ ବିଏସଏନଏଲ ୪ଜିଓ ଜିଓ ଟାୟାର କାର୍ଯ୍ୟକୁ ତ୍ୱରାନିତ କରାଯାଉ ।ପ୍ରତ୍ୟେକ ପଂଚାୟତରେ ଆରଆଇ କାର୍ଯ୍ୟାଳୟ ଖୋଲାଯାଉ ।ପ୍ରତ୍ୟେକ ପଂଚାୟତରେ ଏଲଆଇ କେନ୍ଦ୍ର ଖୋଲାଯାଉ ।ସମସ୍ତ ପଂଚାୟତରେ ପିଡିଏସ ବଣ୍ଟନରେ ସମସ୍ତ ସରପଂଚଙ୍କୁ ଦାୟୀତ୍ୱ ଦିଆଯାଉ ।ଏହି ସମସ୍ତ ଦାବୀ ଉଲ୍ଲେଖ ରହିଥିବା ବେଳେ ଦାରିଙ୍ଗବାଡି ବ୍ଲକର ସରପଂଚ ସଂଘର ୨୫ ପଂଚାୟତର ସରପଂଚ ମାନେ ଉପସ୍ଥିତ ଥିଲେ ।