ବାଇକ ଧକାରେ ଚାରି ଗାଇ ମୃତ୍ୟୁ ଦୁଇ ଗୁରତର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ପରମପାଙ୍ଗା ଠାରେ ଏକ ସଡ଼କ ଦୁର୍ଘଟଣା ରେ ଚାରି ଗାଇ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ଅଛନ୍ତି l ଘଟଣାରୁ ପ୍ରକାଶ ଯେ ଦୁଇ ଜଣ ଯୁବକ ବାଲିଗୁଡା ରୁ ମାସ୍କାପଦର ଯିବା ସମୟରେ ରାସ୍ତା ରେ ଗାଇ ଶୋଇଥିଲେ ଅନ୍ଧାରରେ ଦେଖନଯିବାରୁ ଏହି ବାଇକ ଚାରୋଟି ଗାଇ ଉପରେ ଚଢି ଯାଇଥିଲା ଯାହାଫଳରେ ଘଟଣା ସ୍ଥଳରେ ଚାରୋଟି ଗାଇ ମରିଯାଇଥିବା ବେଳେ ଦୁଇ ବାଇକ ଆରୋହୀ ଫିଙ୍ଗି ହୋଇ ପଡ଼ିଥିଲେ l ଏଇ ଖବର ସ୍ଥାନୀୟ ଲୋକେ ଜାଣିବା ପରେ ଘଟଣା ସ୍ଥଳକୁ ଯାଇ ଦୁଇ ଆହତଙ୍କୁ ଚିକତ୍ସା ନିମନ୍ତେ ଏକ ଅଟୋ କରି ବାଲିଗୁଡା ଚିକିତ୍ସାଳୟ କୁ ପଠାଇଛନ୍ତି l ଆହତ ଦୁଇଜଣଙ୍କ ମଧ୍ୟରୁ ରମାକାନ୍ତ ମାଝୀ ଗୁରୁତର ଥିବା ବେଳେ ରମେଶ ମାଝୀ ଆହତ ହୋଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ