ହାଇଟେକ ହାୟାର ସେକେଣ୍ଡାରୀ ସ୍କୁଲର ବାଲେଶ୍ୱର କ୍ୟାମ୍ପସ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):ହାଇଟେକ ହାୟର ସେକେଣ୍ଡାରୀ ସ୍କୁଲର ବାଲେଶ୍ୱର କ୍ୟାମ୍ପସ ରବିବାର ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ଆଇଟିଆଇ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ୱରୂପ କୁମାର ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟର ନବୀନ ପଟ୍ଟନାୟକଙ୍କ ସରକାରରେ ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଥିବା କହିଥିଲେ । ଅଖାସ ଏଇଥି ପାଇଁ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ସତୁରି ହଜାର ପଚାଶ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତ । ହାଇଟେକ ଗ୍ରୁପ ଭଳି ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ କରି ଅଭିଭାବକଙ୍କ ପସନ୍ଦ ହୋଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଏହାର ପ୍ରତିଫଳନ ହେବ ବୋଲି ଦୁଇ ବିଧାୟକ ଆଶା ପ୍ରକାଶ କରିଥିଲେ । ହାଇଟେକ ବାଲେଶ୍ୱର କ୍ୟାମ୍ପସର ଚେୟାରମ୍ୟାନ ଇ. ସନ୍ତୋଷ କୁମାର ଚୌଧୁରୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ଅନୁଷ୍ଠାନର ଶିକ୍ଷାଦାନ ଓ ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ । ୧୯୯୭ମସିହାରୁ ପ୍ରତିଷ୍ଠିତ ଏହିଏଜୁକେଶନାଲ ଟ୍ରଷ୍ଟ ଆନ୍ଧ୍ରପ୍ରଦେଶ, ଭୁବନେଶ୍ୱର, ରାଉରକେଲା ଯାଜପୁର ଓ କୋରାପୁଟରେ ଇଞ୍ଜିନିୟରିଙ୍ଗ, ନର୍ସିଙ୍ଗ, ମେଡିକାଲ, ଯୁକ୍ତଦୁଇ ଓ ଯୁକ୍ତ ତିନି କଲେଜ ଖୋଲିଛି । ଆସନ୍ତା ଦୁଇବର୍ଷ ମଧ୍ୟରେ ଖନ୍ତାପଡ଼ାଠାରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ଓ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ଚୌଧୁରୀ ପ୍ରକାଶ କରିଥିଲେ । କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଉଦଘାଟନୀ ଉତ୍ସବରେ ଅନୁପସ୍ଥିତ ଥିବା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଭିଡିଓ କନଫରେନସିଂ ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ । ଅନୁଷ୍ଠାନର ସମ୍ପାଦିକା ପ୍ରୀତିପର୍ଣ୍ଣା ପଣ୍ଡା ଏହି ଉଦଘାଟନୀ ଉତ୍ସବରେ ମଞ୍ଚାସୀନ ଥିଲେ । ପ୍ରଶାନ୍ତ କୁମାର ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱୟଂ ପ୍ରକାଶ ପାଢ଼ୀ, ଶର୍ମିଷ୍ଠା ସରକାର, ସିରିନ ସରକାର, ରଶ୍ମିତା ଦଳେଇ, ଓ ରାଜେଶ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ ରିଥିଲେ ।