ବାଣୀବିହାରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଭୁବନେଶ୍ୱର- ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟ ମାନଙ୍କ ମଧ୍ୟରେ ସ୍ଥାନ ପାଇଥିବା ବାଣୀବିହାର ପ୍ଲାଟିନମ୍ ଜୁବଲିର ଉଦଯାପନୀ ସମାରୋହରେ ମୁଖ୍ୟଅତିଥିଭାବେ ଯୋଗ ଦେଇ ନବନିର୍ମିତ ରୁସା ଭବନର ଉଦଘାଟନ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ଅଭିଭାଷଣରେ କହିଛନ୍ତି ଯେ, ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଛିଡା ହୋଇ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି କହିବା ସହ ବାଣୀବିହାର ଅନେକ ସୁଯୋଗ୍ୟ ସନ୍ତାକୁ ଙ୍କୁ ଜନ୍ମ ଦେଇଛି । ଏହା ଏକ ଶିକ୍ଷାନୁଷ୍ଠାନ ନୁହେଁ ମଣିଷ ତିଆରି କରଖାନା ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବାଣୀବିହାର । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୁଳାଧୀପତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,କୃଷି ମନ୍ତ୍ରୀ ଅରୁଣ ସାହୁ ଯୋଗଦେଇଥିଲେ ।


