ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ସତ୍ୟାଗ୍ରହ ପ୍ରତିବାଦ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ଛକ ନିକଟର ଗୌରହରି ପାଠାଗାରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ସତ୍ୟାଗ୍ରହ ପ୍ରତିବାଦ କରାଯାଇଥିଲା। ଏହି ଅବସରରେ ଗତ ଦୁଇ ଦିନ ତଳେ ଅଖିଳ ଭାରତ କଂଗ୍ରେସ କମିଟି ର ପୂର୍ବତନ ସଭାପତି ଶ୍ରୀ ରାହୁଲ ଗାନ୍ଧୀ ଙ୍କ କାର୍ଯ୍ୟକଳାପ ଉପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୟଭୀତ ହୋଇ ପଡିଥିଲେ। ଶ୍ରୀ ରାହୁଲ ଗାନ୍ଧୀ ଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମ କୁ ମୋଦି ସରକାର ଭୟଭୀତ ହୋଇ ପଡିଛନ୍ତି ଯାହା କି ଭାରତ ଯୋଡ ଯାତ୍ରା,କୁହାଯାଉଛି, ସାଂସଦ ଗୃହରେ ବିଦେଶୀ ସରକାର ଙ୍କ ବିରୋଧରେ ଗର୍ଜିଥିଲେ,ଆଦାନୀ ଏବଂ ମୋଦି କାର୍ଯ୍ୟକ୍ରମ ର ପର୍ଦ୍ଦାଫାଶ ହେଉଥିବା,ପରେ ସାଂସଦ ରେ ମାଇକ ବନ୍ଦ କରିବା, କୋର୍ଟ ରେ ଷ୍ଟେ ଥିବା କେସକୁ ପୁଣି ପୁନରାବୃତ୍ତି କରିବା, ଏବଂ ଏହି କେସରେ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡ ୩୦ଦିନର ବେଲ ମଧ୍ୟ ଦେଲେ ,ଆଉ ମଦି ସରକାର ଦେଶରେ ଆଇନ ଶୃଙ୍ଖଳା ଓ ଗଣତନ୍ତ୍ରକୁ ହତ୍ୟା କରି ଏକ ଛତ୍ର ବାଦ ଶାସନ ଚଳାଇ ଗତ କାଲି ସାଂସଦ ରେ ପଦ ରଦ୍ଦ କରିଥିବାରୁ ଏହାକୁ ବିରୋଧ କରି ଗତ କାଲି ଠାରୁ ଭାରତରେ ତଥା ସମସ୍ତ ରାଜ୍ୟ ସାରା ମୋଦି ସରକାରଙ୍କୁ ବିରୋଧ କରି ଗତ କାଲି କଲେଜ ଛକ ନିକଟରେ ବିଜେପି ସରକାର ବିରୁଦ୍ଧରେ ନାରା ବାଜି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ପୁଣି ଆଜି ସେହି ପରି ସକାଳ ୧୦.୦୦ଘଣ୍ଟା ଠାରୁ ଅପରାହ୍ନ ୪.୦୦ଘଣ୍ଟା ପର୍ଯ୍ୟନ୍ତ ସତ୍ୟାଗ୍ରହ ପ୍ରତିବାଦ ପାଳନ କରାଯାଇଛି ଏହି କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ଗୁମ୍ମା ବ୍ଲକର ଜିଲ୍ଲାପରିଷଦ ସଭ୍ୟ ରେଣୁକା ପାତ୍ର, ରାୟଗଡ଼ା ବ୍ଲକ ର ମରସଉଦଆ ମଣ୍ଡଳ, ମଫେଲ ସ୍ୱଲସିଂ, ଉଦୟଗିରି ଫଇଲ୍ପି ମାଳି, ଅଭିମନ୍ୟୁ ପଣ୍ଡା, ବସନ୍ତ ପଣ୍ଡା, ସୂର୍ଯ୍ୟନାରାୟଣ ପାତ୍ର, ଜସ୍ଜିନ ସାହିକ୍ ରାଫି, ରାଜାପାତ୍ର, କୁନା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ