ଟାଇ ହେଲା ସଭାପତି ଭୋଟ
ହିଂଜିଳିକାଟୁ,(ଶେଷଦେବ ସାହୁ): ହିଂଜିଳିକାଟୁ ଓକିଲ ସଂଘ ନିର୍ବାଚନ ଶନିବାର କୋର୍ଟ ପରିସରସ୍ଥ ସଂଘ ଅଫିସରେ ହୋଇଯାଇଛି । ସଭାପତି ପଦରେ ରାମଚନ୍ଦ୍ର ମହାପାତ୍ର ଓ ଦ୍ୱିତୀକୃଷ୍ଣ ସାବତଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ମୋଟ ୩୭ଟି ଭୋଟ ମଧରୁ ୩୬ଜଣ ଭୋଟ ଦେଇଥିଲେ ।ତେବେ ଭୋଟ ଗଣତିରେ ଉଭୟ ପ୍ରାର୍ଥୀ ସମାନ ୧୮ଲେଖାଏଁ ଭୋଟ ପାଇଥିଲେ । ଫଳରେ ସଭାପତି ପଦ ପାଇଁ ଟାଇ ପରିସ୍ଥିତି ହେବାରୁ ଏପରି ସ୍ଥିତିରେ କଣ କରାଯିବ ସେଥିନେଇ ହାଇକୋର୍ଟ ବାର ଆସୋସିଏସନକୁ ଚିଠି କରାଯାଇଛି ବୋଲି ନିର୍ବାଚନ ଅଧିକାରୀ ଚିତ ରଂଜନ ମହାରଣା କହିଛନ୍ତି । ପୂର୍ବରୁ ଉପ ସଭାପତି ପାଇଁ ନିରଂଜନ ସାହୁ, ସମ୍ପାଦକ – ମାନସ ରଂଜନ ପାଢ଼ି ଓ ସହ ସମ୍ପାଦକ – ସୁରେନ୍ଦ୍ର ପାଣିଗ୍ରାହି ନିଦ୍ୱର୍ନ୍ଦ୍ୱରେ ମନୋନୀତ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ଠାରୁ ପ୍ରକାଶ ।


