ଓଡ଼ିଶା ଦିବସରେ ପୌର ପରିଷଦ ପକ୍ଷରୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ପୌରପରିଷଦ ପକ୍ଷରୁ ୮୮ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ପୌରାଧ୍ୟକ୍ଷା ସବିତା ସାହୁଙ୍କ ନେତୃତ୍ୱରେ ପୌର ପରିଷଦର କାଉନସିଲ୍ୱାନେ ସହରର ବିଭିନ୍ନ ସ୍ଥାନରେ ଥିବା ମହାମନୀଷିଙ୍କ ପ୍ରତିମର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଭାଷା ଭିତିକ ସ୍ୱତନ୍ତ୍ର ପ୍ରଦେଶ ‘ଉତ୍କଳ’ଗଠନର ପୃଷ୍ଠଭୂମି ଓ ମହାପୁରୁଷଙ୍କ ଅବଦାନକୁ ସମସ୍ତେ ମନେପକାଇଥିଲେ । ମାତୃଭୂମି ଓ ମାତୃଭାଷାର ବିକାଶ ଏବଂ ସମୃଦ୍ଧି ପାଇଁ ସବୁ ମହଲରୁ ଉଦ୍ୟମ ଲୋଡ଼ା ବୋଲି ପୌରାଧ୍ୟକ୍ଷା ସବିତା ସାହୁ କହିଥିଲେ । ସଂଜୀବ ଦାସ, ଅନିନ୍ଦ୍ୟ ପଣ୍ଡା, ଅମିତ ନାୟକ, ରଞ୍ଜିତା ମହାପାତ୍ର, ପ୍ରୀତିଲତା ସେଠୀ ପ୍ରମୁଖ କାଉନସିଲର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୀନତି ସେଠୀ, ସୋନାଲି ସାହା, ଆଶ୍ରିତା ତରେଇ, ସନ୍ତୋଷ ଦାସ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।