ଟାଉନ ହାଇସ୍କୁଲରେ ଛାତ୍ରାଭିଭାବକ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଟାଉନ ହାଇସ୍କୁଲରେ ଛାତ୍ରାଭିଭାବକ ବୈଠକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ସୁମତି ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୦ରୁ ଅଧିକ ଛାତ୍ରା ଓ ଅଭିଭାବକ ଯୋଗ ଦେଇଥିବା ବେଳେ ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ପ୍ରତ୍ୟେକ ଛାତ୍ର -ଛାତ୍ରୀ ନେବା ଦରକାର ବୋଲି ଅଭିଭାବକଙ୍କୁ ଶ୍ରୀମତୀ ରାଉତ ପରାମର୍ଶ ଦେଇଥିଲେ । ଶିକ୍ଷକ ଅକ୍ଷୟ କୁମାର ପାତ୍ର ସ୍ୱାଗତ ଭାଷଣ ପ୍ରଦାନ ସହ ପିଲାଙ୍କ ଶିକ୍ଷାଗ୍ରହଣ ବାବଦରେ ଅଭିଭାବକମାନେ ବି ଯତ୍ନବାନ ହେବାକୁ କହିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଦାମୋଦର ପଣ୍ଡା, ଅଫିସ ସହକାରୀ ରାଜେନ୍ଦ୍ର କୁମାର ଦେ, ଶିକ୍ଷୟିତ୍ରୀ ମଧୁସ୍ମିତା ବାରିକ ଏବଂ ଷଷ୍ଠରୁ ଦଶମ ର୍ପ୍ୟନ୍ତ ଶ୍ରେଣୀ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ବାର୍ଷିକ ପରୀକ୍ଷା ଫଳ ସମ୍ବନ୍ଧୀୟ ଆଲୋଚନାରେ ଭାଗ ନେଇଥିଲେ । ପରେ ନୂତନ ଶିକ୍ଷାବର୍ଷ ୨୦୨୪ ପାଇଁ ପିଲାମାନଙ୍କୁ ପାଠ୍ ପୁସ୍ତକ ବଣ୍ଟନ କରାଯାଇଥିଲା । ସରକାରଙ୍କ ଦ୍ୱାରା ପ୍ରଦତ୍ତ ଗୁଣାତ୍ମକ ଶିକ୍ଷା ପିଲାମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ସମସ୍ତେ ଅନୁଭବ କରିଥିଲେ । ଶିକ୍ଷୟିତ୍ରୀ ଭାରତୀ ରାଉଳ ଧନ୍ୟବାଦ ଅର୍ଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ