ଭୁବନେଶ୍ୱରକୁ ଜିଲ୍ଲାର ମାନ୍ୟତା ପ୍ରଦାନ କରାଯାଉ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦେଶ ସ୍ୱାଧୀନ ହେବା ପରେ ୧୯୪୭ ମସିହାରେ ସେ ସମୟରେ ରାଜ୍ୟରେ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ଥିବା ରାଜଧାନୀ ନିର୍ମାତା ଡଃ ହରେକୃଷ୍ଣ ମହତାବ ୧୯୪୭ ମସିହା ନଭେମ୍ବର ୧୪ ପ୍ରଥମ ନିଳଗିରି ଗଡ଼ଜାତ ମିଶ୍ରଣ, ଡିସେମ୍ବର ୧୪ରେ ୨୪ଟି ଗଡ଼ଜାତ ମିଶ୍ରଣ ଓ ୧୯୪୮ ମସିହା ଜାନୁୟାରୀ ୧ରେ ମୟୁରଭଞ୍ଜ ଗଡ଼ଜାତ ମିଶ୍ରଣ ଏପରି ୨୬ଟି ଗଡ଼ଜାତ ମିଶ୍ରଣ କରି ୧୩ଟି ଜିଲ୍ଲା ଗଠନ କରିଥିଲେ । ଯଦି ଗଡ଼ଜାଜ ମିଶ୍ରଣ ନ ହୋଇଥାନ୍ତା ଗୋଟିଏ ଶାସନ ଛତା ତଳେ ସମସ୍ତେ ରହିନଥିଲେ ୧୩ଟି ଜିଲ୍ଲା ସମ୍ଭବପର ହୋଇପାରି ନଥାନ୍ତା ।ଓଡ଼ିଶାରେ ତେରଟି ଜିଲ୍ଲା ଗଠନର ୪୫ ବର୍ଷ ପରେ ୧୯୯୩ରେ ମୁଖ୍ୟମନ୍ତ୍ରୀ (୧୯୯୦ରୁ ୯୫) ବିଜୁ ପଟ୍ଟନାୟକ ୨ୟ ପାଳିର ମୁଖ୍ୟମନ୍ତ୍ରୀର ତୃତୀୟ ବର୍ଷରେ ସେହି ତେରଟି ଜିଲ୍ଲାର ଭୌଗୋଳିକ ମାନଚିତ୍ର ପରିଧି ମଧ୍ୟରେ ଆବଦ୍ଧ ଥିବା ଜିଲ୍ଲାମାନଙ୍କୁ, ଲୋକମାନଙ୍କ ସୁବିଧା ନିମନ୍ତେ ୩୦ଟି ଜିଲ୍ଲାରେ ପରିଣତ କରିଥିଲେ । ପ୍ରଥମ ପାଳିର ମୁଖ୍ୟମନ୍ତ୍ରୀ ୧୯୬୧ ଜୁନ୍ ୨୩ରୁ ୧୯୬୩ ଅକ୍ଟୋବର ୨, ଦୁଇବର୍ଷ ତିନିମାସ ଦଶଦିନ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ଥିଲେ ।ସ୍ୱାଧୀନତା ପୂର୍ବରୁ ଓଡ଼ିଶାର ରାଜଧାନୀ କଟକ ଥିବା ସମୟରେ କଟକ ଜିଲ୍ଲାର ମାନ୍ୟତା ବଜାୟ ରଖିଥିଲା, ରହିଛି, ରହିଥିବ ମଧ୍ୟ । ୭୫ ବର୍ଷରେ ପଦାର୍ପଣ କରିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ଭୁବନେଶ୍ୱର ଲୋକଂସଖ୍ୟା ୨୦୨୩ରେ ୧୧ ଲକ୍ଷ ୬୧ହଜାର । ଓଡ଼ିଶାରେ ଥିବା ୧୨ଜିଲ୍ଲା ଯଥା ଦେବଗଡ଼, ନୟାଗଡ଼, ଗଜପତି, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡ଼ା, ଝାରସୁଗୁଡ଼ା, ସମ୍ବଲପୁର, ରାୟଗଡ଼ା, ଜଗତସିଂହପୁର, ମାଲକାନଗିରି ଜିଲ୍ଲାମାନଙ୍କ ଲୋକସଂଖ୍ୟା ଭୁବନେଶ୍ୱର ଲୋକସଂଖ୍ୟା ଠାରୁ କମ୍ ଥାଇ ଜିଲ୍ଲାର ମାନ୍ୟତା ୩୦ ବର୍ଷ ଧରି ବଜାୟ ରଖିଥିବା ବେଳେ ଭୁବନେଶ୍ୱରକୁ କାହିଁକି ଜିଲ୍ଲାର ମାନ୍ୟତା ପ୍ରଦାନ କରାଯାଉ ନାହିଁ । ଭୁବନେଶ୍ୱର ଲୋକସଂଖ୍ୟା ଠାରୁ ୧୨ଟି ଜିଲ୍ଲାର ଲୋକସଂଖ୍ୟା କମ୍ ଥିବାବେଳେ ଜିଲ୍ଲାର ମାନ୍ୟତା ପାଇଛନ୍ତି । ଭୁବନେଶ୍ୱର ଜିଲ୍ଲାର ମାନ୍ୟତା କହିଁକି ପାଇବ ନାହିଁ? ସରକାର ବିଚାର କରନ୍ତୁ ।ରାଜଧାନୀ ନିର୍ମାଣର ୭୫ବର୍ଷ ପରେ ଭୁବନେଶ୍ୱର ଜିଲ୍ଲା ମାନ୍ୟତା ପ୍ରଦାନ ନିମନ୍ତେ ଭୁବନେଶ୍ୱର ବାଲିଯାତ୍ରା କମିଟି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ୧୦ ହଜାରରୁ ଉର୍ଦ୍ଧ୍ୱ ଦସ୍ତଖତ ଦସ୍ତାବିଜ, ଭୁବନେଶ୍ୱର ଜିଲ୍ଲା ମାନ୍ୟତା ପାଇଁ ଦାବିପତ୍ର ପ୍ରଦାନ କରିବ ବୋଲି ପ୍ରକାଶ କରିଥିଲେ । ଭୁବନେଶ୍ୱର ବାଲିଯାତ୍ରା କମିଟିର ପୂର୍ବତନ ସଭାପତି ଅଭୟ ବଡ଼ଜେନା, ବରିଷ୍ଠ କର୍ମକର୍ତ୍ତାଙ୍କ ମଧ୍ୟରେ ଅନୁପ ଖୁଣ୍ଟିଆ, ବିନୋଦ କୁମାର ସାହୁ, ସୁଧାଂଶୁ ତ୍ରିପାଠୀ, ପ୍ରଦୀପ ରାଉତରାୟ, ଅଜୟ ଜେନା, ଗିରିଜା ଶଙ୍କର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ