ପୂର୍ବତନ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁଙ୍କ କେନ୍ଦ୍ରାପଡାରେ ଯୋଗଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାରୁ ଡେପୁଟେସନରେ ଭଦ୍ରକ ଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ପୁନର୍ବାର ବିଭାଗୀୟ ନିର୍ଦେଶ କ୍ରମେ କେନ୍ଦ୍ରାପଡା ଜିଲ୍ଲାକୁ ଫେରିଆସିି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଭାବେ ମଙ୍ଗଳବାର କାର୍ଯ୍ୟରେ ଯୋଗଦେଇଛନ୍ତି । ଶ୍ରୀ ସାହୁ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ତଥା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ଠାରୁ ଏହି ଦାୟୀତ୍ୱ ଗ୍ରହଣ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଏକ ଘଟଣାର ବିଚାର କରି କେନ୍ଦ୍ରାପଡା କିଶୋର ନ୍ୟାୟ ପରିଷଦ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ନିର୍ଦେଶର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ବିଭାଗ ପକ୍ଷରୁ ଶ୍ରୀ ସାହୁଙ୍କୁ ଭଦ୍ରକ ଜିଲ୍ଲାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଭାବେ ଡେପୁଟେସନରେ ପଠାଇ ଦିଆଯାଇଥିଲା । ସେହିଦିନ ଠାରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଭାବେ ଦାୟୀତ୍ୱ ନିର୍ବାହ କରି ଆସୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ