କେନ୍ଦ୍ରାପଡା ଅର୍ବାନବ୍ୟାଙ୍କ ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କୁ ଜାତୀୟ ସ୍ୱୀକୃତି

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କୁ ଜାତୀୟ ସ୍ୱିକୃତି ପ୍ରଦାନ କରାଯାଇଛି। ଦେଶର ସମସ୍ତ ଅର୍ବାନବ୍ୟାଙ୍କ ଗୁଡିକର ସାମୁହିକ କଲ୍ୟାଣ ଓ ଉନ୍ନତି ନିମନ୍ତେ ଜାତୀୟ ସ୍ତରରେ ଗଠନ କରାଯାଇଥିବା ଅମ୍ବ୍ରେଲା ଅର୍ଗାନାଇଜେସନ ଏନୟୁସିଏଫ୍‌ଡିସି ପକ୍ଷରୁ ସ୍ୱିକୃତି ମିଳିଛି। ସେହି ସଂଗଠନର ଜଣେ ସଦସ୍ୟ ଭାବେ ଶ୍ରୀ ମହାନ୍ତିଙ୍କୁ ମନୋନ୍ୱିତ କରାଯାଇଛି। ଏଭଳି ଜାତୀୟ ସ୍ୱିକୃତି ପାଇବାରେ ଶ୍ରୀ ମହାନ୍ତି ହେଉଛନ୍ତି ପ୍ରଥମ ଓଡିଆ। ଏଠାରେ ପ୍ରକାଶ ଥାଉକି ଶ୍ରୀ ମହାନ୍ତି ସଭାପତି ଭାବେ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ଦାୟିତ୍ୱ ନେବା ପରେ ବ୍ୟାଙ୍କର ଆର୍ଥିକ ସୁପରିଚାଳନା, ଅଣକାର୍ଯ୍ୟକ୍ଷମ ସମ୍ପତ୍ତି(ଏନପିଏ)କୁ ବହୁ ପରିମାଣରେ ହ୍ରାସ କରାଯାଇ କମ ସୁଧରେ ପହଞ୍ଚାଇବା, ବ୍ୟାଙ୍କର ଲାଭ କରିବାରେ ରେକର୍ଡ ସୃଷ୍ଟିକରିବା, ରିଜର୍ଭବ୍ୟାଙ୍କର ସମସ୍ତ ବିତ୍ତୀୟ ଅନୁପାତ ଗୁଡିକୁ ସଠିକ ଢଙ୍ଗରେ ନିୟନ୍ତ୍ରଣରେ ରଖିବାଦ୍ୱାରା (ଫାଇନାନସିଆଲ ସାଉଣ୍ଡ ଆଣ୍ଡ ୱେଲ ମ୍ୟାନେଜଡ ବ୍ୟାଙ୍କ)ଭାବେ ସ୍ୱିକୃତି ଲାଭ କରିବାରେ ସଫଳକାମ ହୋଇଥିବାରୁ ବ୍ୟାଙ୍କର ଗ୍ରାହକ, କର୍ମଚାରୀଗଣ, ଅଂଶିଦାର ବନ୍ଧୁ, ନିର୍ଦ୍ଦେଶକ ମଣ୍ଡଳୀ, ଶୁଭେଛୁ ଓ ସର୍ବପରି ଜନସାଧାରଣଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ସମସ୍ତେ ବ୍ୟାଙ୍କ ସଭାପତି ଶ୍ରୀ ମହାନ୍ତିଙ୍କୁ ଶୁଭେଛା ଜ୍ଞାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ