ଯାଜପୁରରେ ହେବ ରାଜ୍ୟର ପ୍ରଥମ ପ୍ରାଶାସନିକ ନଗର

ଭୁବନେଶ୍ୱର : ପ୍ରଶାସନକୁ ଅଧିକ ଗତିଶୀଳ କରିବା ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ରହିଛି । ଏହାକୁ ନେଇ ଯାଜପୁରରେ ଓଡ଼ିଶାର ପ୍ରଥମ ପ୍ରଶାସନ ନଗର ହେବାକୁ ନିଷ୍ପତ୍ତି ହୋଇଛି । ଜିଲ୍ଲା ପ୍ରଶାସନକର ଏକ ୧୩୨ କୋଟି ଟଙ୍କାର ପ୍ରସ୍ତାବ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଅନୁମୋଦନ ମିଳିଛି । ଏଥିପାଇଁ ରାଜସ୍ୱ ବିଭାଗ ନିଜସ୍ୱ ପାଣ୍ଠିରୁ ପ୍ରଥମ ପର୍ଯ୍ୟାୟରେ ୧୦୨ କୋଟି ଟଙ୍କା ଯୋଗାଇ ଦିଆଯିବ । ଯଦି ଆବଶ୍ୟକ ପଡେ଼ ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଆବଶ୍ୟକ ଅର୍ଥ ଯୋଗାଇ ଦେବ ବୋଲି ରାଜସ୍ୱ ବିଭାଗ ପକ୍ଷରୁ ଜଣାଯାଇଛି ।

ସୂଚନା ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜସ୍ୱ ବିଭାଗକୁ ୧୩୨ କୋଟି ଟଙ୍କାର ଏହି ପ୍ରଶାସନିକ କାର୍ଯ୍ୟାଳୟ ଖୋଲିବା ପାଇଁ ପ୍ରସ୍ତାବ ଆସିଥିଲା । ଏହାକୁ ରାଜସ୍ୱ ବିଭାଗ ତର୍ଜମା କରିବା ପରେ ୧୦୨ କୋଟି ଟଙ୍କା ଅନୁମୋଦନ ଦେଇଛି । ଖୁବ୍ ଶୀଘ୍ର ଉକ୍ତ ଅର୍ଥ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯିବ । ଉକ୍ତ ଅର୍ଥରେ ଜିଲ୍ଲାରେ ଏକ ନୂତନ ପ୍ରଶାସନ ନଗର ନିର୍ମାଣ କରାଯିବ । ତେବେ ସେହି ଅର୍ଥ  ମଧ୍ୟ ରୁ ୩୨ କୋଟି ଟଙ୍କା କେବଳ ଜମି ଅଧିଗ୍ରହଣ ପାଇଁ ରହିଛି । ପ୍ରଶାସନ ନଗର ପାଇଁ ଆବଶ୍ୟକ ପଡ଼ୁଥିବା ପ୍ରାୟ ୧୦ ଏକର ଜମି ମଧ୍ୟରେ କେତେକ ଜମି ଘରୋଇ ଜମି ରହିଛି । ସେଠାରେ ଜିଲ୍ଲା ପ୍ରଶାସନ ଉକ୍ତ ଜମି କିଣିବ । ଅବଶିଷ୍ଟ ୭୦ କୋଟି ଟଙ୍କାରେ ପ୍ରଶାସନ ନଗର ଭିତ୍ତିଭୂମି ନିର୍ମାଣ କରାଯିବ । ତେବେ ରାଜସ୍ୱ ବିଭାଗର ଏହି ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରେ ପ୍ରତିକି୍ରୟା ଦେଖାଦେଇଚି । ଯାଜପୁରରେ ବିପୁଳ ପରିମାଣର ଲଘୁ ଖଣିଜ ସମ୍ପଦ ଲୁଟ ହେଉଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସରକାର ନାକେଦମ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ରାଜସ୍ୱ ବିଭାଗ କଣ ପାଇଁ ଯାଜପୁରରେ ପ୍ରଶାସନ ନଗର ନିର୍ମାଣ କରିବା ପାଇଁ ଅନୁମତି ଦେଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ