ଘର କାନ୍ଥ ନିର୍ମାଣ କାର୍ଯ୍ୟକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ମାର୍‌ପିଟ୍

ଦିଗପହଣ୍ଡି(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଡି. ଆମ୍ବଠା ଗ୍ରାମରେ ଘରର କାନ୍ଥ ନିର୍ମାଣ  କୁ କେନ୍ଦ୍ର କରି ରବିବାର ସକାଳେ ଦୁଇ ଭାଇ ଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଘଟିଛି। ଉଭୟ ପରିବାର ସଦସ୍ୟ ପରସ୍ପର ଙ୍କୁ  ଆକ୍ରମଣ – ପ୍ରତି ଆକ୍ରମଣ କରିବାରୁ ୫ ଜଣ ଆହାତ ହୋଇଛନ୍ତି। ଆହାତ ମାନେ ହେଲେ ଶିବ ନାହାକ(୪୦) ତାଙ୍କ ସ୍ତ୍ରୀ ସୁଲତା ନାହାକ(୩୫),ବାବୁଲା ନାହାକ(୫୩) ତାଙ୍କ ସ୍ତ୍ରୀ ଟିକିନା ନାହାକ(୪୫) ଏବଂ ପୁଅ ଭୋଳା ନାହାକ(୧୯)। ସମସ୍ତ ଆହାତ ମାନଙ୍କୁ ପ୍ରଥମେ ଆଡ଼ପଡ଼ା ଗ୍ରାମ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଶିବ ନାହାକ ଏବଂ ସୁଲତା ନାହାକ ଦମ୍ପତ୍ତି ଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ଏନେଇ ଉଭୟ ପକ୍ଷ ପାଟପୁର ଥାନାରେ ଏତଲା ଦେଇଛନ୍ତି।ଏତଲାକୁ ଭିତ୍ତିକରି ଆଇଆଇସି ଦୀପ୍ତି ରଞ୍ଜନ ବେହେରା ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଶିବ ଓ ବାବୁଲି ଦୁଇ ଭାଇ। ଉଭୟଙ୍କ ମଧ୍ୟରେ ଘରର କାନ୍ଥ ନିର୍ମାଣ କୁ ନେଇ ଦୀର୍ଘଦିନ ହେଲା ବିବାଦ ଲାଗି ରହିଥିଲା। ଗାଁ ରେ କୁଳ ଭଦ୍ରଲୋକ ଓ ସମ୍ପର୍କୀୟ ଙ୍କ ଉପସ୍ଥିତିରେ ଅନେକଥର  ସଭା କରାଯାଇଥିଲେ ମଧ୍ୟ ବିବାଦର ସମାଧାନ ହୋଇପାରିନଥିଲା। ରବିବାର ସକାଳେ ବାବୁଲି ତାଙ୍କ ଘର କାମ କରୁଥିବା ବେଳେ ସାନଭାଇ ଶିବ ସେଠାରେ ପହଞ୍ଚି ତାଙ୍କୁ ଆପତ୍ତି ଜନକ ଭାଷାରେ ଗାଳି କରିଥିଲେ। ସେ ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା। ଶିବ ଘରୁ ଏକ କୋଦାଳ ଆଣି ବଡ଼ଭାଇ ବାବୁଲା ଙ୍କ ମୁଣ୍ଡକୁ ଆଘାତ କରିଥିଲେ।ପରେ ବାବୁଲା ତାଙ୍କ ଭାଇ ବୋହୂ ସୁଲତା ଙ୍କ ମୁଣ୍ଡ କୁ ଏକ ଲୁହା କୋଡ଼ି ରେ ହାଣି ଦେଇଥିଲେ। ସୁଲତା ଅଚେତ ଅବସ୍ଥାରେ ତଳେ ପଡ଼ିଯାଇ ଅଚେତ ହୋଇପଡ଼ିଥିଲେ। ଶିବ ଙ୍କୁ ତାଙ୍କ ବଡ ଭାଇ,ପୁତୁରା ଭୋଳା ଘାତକ ଆକ୍ରମଣ କରିଥିଲେ। ଗାଁ ରାସ୍ତା ରେ ଉଭୟ ପରିବାର ସଦସ୍ୟ ଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଆକ୍ରମଣ – ପ୍ରତି ଆକ୍ରମଣ ଚାଲିଥିଲା।ଗାଁ ଲୋକେ ଏଥିରେ ହସ୍ତକ୍ଷେପ କରିବା ପରେ ସ୍ଥିତି ନିୟନ୍ତ୍ରଣ କୁ ଆସିଥିଲା।ସାହି ପଡୋଶୀ ଲୋକେ ଆହାତ ମାନଙ୍କୁ ଉଦ୍ଧାର କରି ଆଡ଼ପଡ଼ା ଗ୍ରାମ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଘଟଣା ପରେ ଦୁଇ ପରିବାର ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ପୋଲିସ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ